IBN ଓଡ଼ିଶା ବ୍ୟୁରୋ

ସହିଦ ହେବା ପୂର୍ବରୁ ଆତଙ୍କବାଦୀଙ୍କୁ ନିହତ କଲେ କନଷ୍ଟେବଳ

ନୂଆଦିଲ୍ଳୀ: ହେଡ କନଷ୍ଟେବଳ ବଶିର ଅହମ୍ମଦଙ୍କ ବଳିଦାନ ଦେଶ କେବେ ଭୁଲିବ ନାହିଁ । ଜମ୍ମୁକାଶ୍ମୀରର କଠୁଆରେ ବଶିର ଏମିତି କାମ କରି ଦେଖାଇଛନ୍ତି ଯାହାକୁ ନେଇ ଦେଶର ଛୋଟ ଠାରୁ ବୃଦ୍ଧ ସମସ୍ତେ ତାଙ୍କୁ ଅଭିବାଦନ ଜଣାଉଛନ୍ତି। ବଶିର ସାମ୍ନାରେ ଆତଙ୍କବାଦୀଙ୍କୁ ଦେଖି ପଛକୁ ଓହରି ନଥିଲେ। ବରଂ ଛାତିରେ ଆତଙ୍କବାଦୀଙ୍କ ଗୁଳି ଖାଇ ଜଣେ ଆତଙ୍କବାଦୀଙ୍କୁ ନିହତ କରିଥିଲେ।

କଠୁଆ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟର ସମୟରେ ଜମ୍ମୁକାଶ୍ମୀର ପୁଲିସର ମୁଖ୍ୟ କନଷ୍ଟେବଳ ଶନିବାର ସନ୍ଧ୍ୟାରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ।

ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ‘ଶନିବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏକ ଘର ଭିତରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ। ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗ୍ରାମରେ ମିଳିତ ଅପରେସନ୍ କରାଯାଇଥିଲା ଯେଉଁଥିରେ ସେନା ଏବଂ ଜମ୍ମୁ- କାଶ୍ମୀର ପୁଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଉପସ୍ଥିତି ବିଷୟରେ ଜାଣି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ଲୁଚି ରହିଥିବା ଘରର ୧୦୦ ମିଟର ଭିତରେ ଜମ୍ମୁ-କଶ୍ମୀର ପୁଲିସର ହେଡ କନଷ୍ଟେବଳ ବଶିର ଅହମ୍ମଦ ପହଞ୍ଚି ଯାଇଥିଲେ। ଏହି ସମୟରେ ସେ ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରି ଟଳି ପଡ଼ିବା ପୂର୍ବରୁ ସାହାସର ସହ ଆତଙ୍କବାଦୀଙ୍କୁ ନିହତ କରି ସହିଦ ହୋଇଯାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button