IBN ଓଡ଼ିଶା ବ୍ୟୁରୋ

ଦୁଇପୁଅ ମିଶି ଗଛରେ ବାନ୍ଧି ମା’କୁ ଜାଳିଦେଲେ

ନୂଆଦିଲ୍ଲୀ: ପଶ୍ଚିମ ତ୍ରିପୁରାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇପୁଅ ସେମାନଙ୍କର ୬୨ ବର୍ଷ ବୟସ୍କା ବୃଦ୍ଧ ମା’ଙ୍କୁ ଏକ ଗଛରେ ବାନ୍ଧି ଜାଳି ଦେଇଥିବାର ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଏହି ଭୟଙ୍କର ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ଗତଶନିବାର ରାତିରେ ଚମ୍ପକନଗର ପୁଲିସ ଷ୍ଟେସନ ଅଞ୍ଚଳର ଖାମବାରୀରେ ଏହି ଘଟଣା ଘଟିଛି।

ମୃତ ବୃଦ୍ଧଙ୍କ ସ୍ବାମୀଙ୍କ ପାଖାପାଖି ଦେଢ଼ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀକୁ ହରାଇବା ପରେ ବୃଦ୍ଧ ମା’ ତାଙ୍କର ଦୁଇଜଣ ପୁଅଙ୍କ ସହିତ ବସବାସ କରୁଥିଲେ। ବୃଦ୍ଧାଙ୍କ ତୃତୀୟ ପୁଅ ଅଗରତଲାରେ ରହୁଥିବା ସୂଚନା ମିଳିଛି।

ଜିରନିଆ ସବଡିଭିଜନାଲ ପୁଲିସ ଅଧିକାରୀ କମଲ କୃଷ୍ଣ କୋଲୋଇ କହିଛନ୍ତି ଯେ,‘ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବାର ପୁଲିସ ସୂଚନା ପାଇଥିଲା। ଏହି କାରଣରୁ ଏକ ଦଳ ଘଟଣାସ୍ଥଳକୁ ପଠାଯାଇଥିଲା। ସେଠାରେ ଦଳ ଏକ ଗଛରେ ବନ୍ଧା ହୋଇଥିବା ଜଳିଯାଇଥିବା ମୃତଦେହକୁ ପାଇଥିଲେ। ସଙ୍ଗେସଙ୍ଗେ ସେଠାରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଥିଲେ। ସନ୍ଦେହ କରି ମୃତ ବୃଦ୍ଧାଙ୍କ ଦୁଇପୁଅଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ପଚରାଉଚରା ସମୟରେ ଦୁଇପୁୂଅ ସ୍ବୀକାର କରିଥିଲେ କି ସେମାନେ ମା’କୁ ଗଛରେ ବାନ୍ଧି ଜାଳି ଦେଇଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ବୃଦ୍ଧାଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଛି। ସୋମବାର ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ ଏବଂ ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ ପୁଲିସ ହେପାଜତକୁ ପଠାଇ ଦିଆଯିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button