IBN ଓଡ଼ିଶା ବ୍ୟୁରୋ

ଫେସ ପାଇଁ ଥିବା ବରଫର ଫାଇଦା ଜାଣିଲେ ଚମକି ପଡିବେ ! ବରଫ ବ୍ୟବହାର କରି ସୁନ୍ଦର ଓ ଗ୍ଲୋଇଙ୍ଗ ଚେହେରା ପାଆନ୍ତୁ

ବନ୍ଧୁଗଣ ନିଜ ଚେହେରାକୁ ସୁନ୍ଦର କରିବାକୁ ସମସ୍ତେ ଚାହିଁଥାନ୍ତି । ଖାସ୍ କରି ଝିଅ ମାନେ ନିଜ ଚେହେରାକୁ ସୁନ୍ଦର ଓ ଚମକଦାର କରିବାକୁ ବହୁତ କିଛି ଉପାୟ କରିଥାନ୍ତି । ଏମିତି କି ପାର୍ଲର ଯାଇ ନିଜ ଫେସ ପାଇଁ ବହୁତ ଟଙ୍କା ଖର୍ଚ କରିବାକୁ ମଧ୍ୟ ପଛାଇ ନାହାନ୍ତି । ବିଭିନ୍ନ ପ୍ରକାର ଦାମୀ ଦାମୀ ଫେସ ପ୍ରଡ଼କ୍ଟ କିଣି ଘରେ ଝିଅ ମାନେ ନିଜ ଫେସରେ ଲଗାଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ଘରେ ଏମିତି ବହୁତ କିଛି ଜିନିଷ ରହିଛି । ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ଚେହେରାକୁ ଗ୍ଲୋଇଙ୍ଗ ଓ ଦାଗହୀନ ବନାଇପାରିବେ ।

ତେବେ ବରଫ ନାମ ଶୁଣିଲେ ହିଁ ଆପଣଙ୍କୁ ଥଣ୍ଡାର ଅନୁଭବ ହୋଇଥାଏ । ଏହି ବରଫକୁ ବ୍ୟବହାର କରି ଆପଣ ମାନେ ନିଜ ଚେହେରାକୁ ଅତି ସହଜରେ ସୁନ୍ଦର ବନାଇପାରିବେ । ଆପଣଙ୍କୁ ଜଣା ନଥିବ କି ଏଥିରେ ସୁନ୍ଦର ତ୍ଵଚା ପାଇଁ କେତେକ ରାଜ ବି ଲୁଚି ରହିଛି । ବରଫରେ ସ୍କିନ ପାଇଁ ରହିଥିବା ଫାଇଦା ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

ବ୍ରଣ;- କେତେ ଥର ଆଲର୍ଜି ବା କୌଣସି ଅଲଗା କାରଣରୁ ଚେହେରାରେ ବ୍ରଣ ହୋଇଯାଇ ଥାଏ ଏଥିରେ ବରଫର ବ୍ୟବହାର ବହୁତ ଫାଇଦା ଦେଇଥାଏ । ଚେହେରାର ବ୍ରଣକୁ କମ କରିବା ପାଇଁ ବରଫ ଖଣ୍ଡକୁ ଘଷିବା ଭଲ ହୋଇଥାଏ ।

ମସାଜ;- ଚେହେରାକୁ ସୁନ୍ଦର ରଖିବା ପାଇଁ ମସାଜ କରିବା ବହୁତ ଜରୁରୀ ଅଟେ । ଏଥିପାଇଁ ମେକପ କରିବା ପୂର୍ବରୁ ବରଫର ଏକ ଖଣ୍ଡକୁ ଚେହେରାରେ ମସାଜ କରନ୍ତୁ । ଏଥିରେ ମେକପ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ।

ସନ ବର୍ନ;- ଅଧିକ ସମୟ ପର୍ଯ୍ୟନ୍ତ ଖରାରେ ରହିଲେ ସନ ବର୍ନ ହୋଇଥାଏ, ଏଥିପାଇଁ କିଛି କସମେଟିକ ପ୍ରଡ଼କ୍ଟ ବ୍ୟବହାର କରିବା ଠାରୁ ଭଲ ହେବ କି ବରଫର ବ୍ୟବହାର କରିବା ।

କଳାଦାଗ;- ଆଖିର କଳା ଦାଗକୁ ଦୂର କରିବା ପାଇଁ ବି ଆପଣ ବରଫର ବ୍ୟବହାର କରିପାରିବେ । ଏହା କାର୍ଯ୍ୟକାରୀ ସହିତ ସୁରକ୍ଷିତ ବି ଅଟେ ।

ସୁସ୍ଖତା;- ବୟସ ବଢିବା ସହିତ ଚେହେରାରେ ଶୁଷ୍କତା ବି ନଜର ଆସିଥାଏ । ଏଥିପାଇଁ ଚେହେରାରେ ବରଫ ଖଣ୍ଡ ଲଗାଇବା ଆରମ୍ଭ କରିଦିଅନ୍ତୁ । ଦେଖିବେ କି ଆପଣଙ୍କ ଚେହେରାରେ ଶୁଷ୍କତା କମ ହୋଇଯାଇଛି । ଏଥିପାଇଁ ପ୍ରଥମେ ଉଷୁମ ପାଣିରେ ଚେହେରାକୁ ଧୋଇ ଶୁଖାଇ ଦିଅନ୍ତୁ ଏବଂ ତାପରେ ବରଫ ଖଣ୍ଡ ମୁହଁରେ ଘଷନ୍ତୁ ।

ଚେହେରା ବାଳ;- ଚେହେରାର ଚାହୁଁନଥିବା ବାଳକୁ ହଟାଇବା ପାଇଁ ବରଫ ବ୍ୟବହାର କରନ୍ତୁ । ଏଥିରେ ଆପଣଙ୍କୁ କୌଣସି ସାଇଡ ଇଫେକ୍ଟ ବି ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button