IBN ଓଡ଼ିଶା ବ୍ୟୁରୋ

କ’ଣ ଆପଣ କେବେ ବାମ୍ଫ ନେଇଛନ୍ତି କି ! ଜ୍ଵର, ଥଣ୍ଡା ଓ ଚେହେରା ସମ୍ବଦ୍ଧୀୟ ସମସ୍ଯାରୁ ମୁକ୍ତି ପାଇବା ପାଇଁ ବାମ୍ଫ ନିଅନ୍ତୁ ।

ବନ୍ଧୁଗଣ ଥଣ୍ଡା ହୋଇଥିବା ସମୟରେ ଆପଣ ବାମ୍ଫ ନିହାତି ନେଇଥିବେ । ନଚେତ ଆପଣଙ୍କ ଘରେ କିଏ ଥଣ୍ଡା, ଜ୍ଵର ହୋଇଥିବା ସମୟରେ ବାମ୍ଫ ନେଇଥିବାର ଦେଖିଥିବେ । ଥଣ୍ଡା ହେଉ ବା ଚେହେରାର ଦେଖାଶୁଣା କରିବା ପାଇଁ ବାମ୍ଫ ନେବା ଏକ ବହୁତ ଭଲ ପ୍ରକ୍ରିୟା ହୋଇଥାଏ । ଏହା ଏକ ଘରୋଇ ଉପଚାର ହେତୁ ଏଥିରେ କୌଣସି ସାଇଡ ଇଫେକ୍ଟ ନଥାଏ । ଆପଣଙ୍କ ଚେହେରାକୁ ଆକର୍ଷିତ ଏବଂ ସୁସ୍ଥ କରିବା ପାଇଁ ଏକ ଘରୋଇ ବିଧି ଯାହାକୁ ଆମେ ଚେହେରାରେ ବାମ୍ଫ ନେବା କହିଥାଉ ।

ଗୋଟେ ପାତ୍ରରେ ଗରମ ପାଣି ଆଣି କିଛି ସମୟ ପର୍ଯ୍ୟନ୍ତ ସେଥିରୁ ବାହାରୁ ଥିବା ବାମ୍ଫକୁ ନିଜର ଚେହେରାର ସଂସ୍ପର୍ଶରେ ରଖିବାକୁ ହେବ । ଏମିତି କରିବା ଦ୍ଵାରା ଗରମ ବାମ୍ଫକୁ ଆପଣଙ୍କ ତ୍ଵଚା ଅବଶୋଷିତ କରିନେଇଥାଏ । ନିଜ ଚେହେରାରେ ଅଧିକ ବାମ୍ଫ ନେବା ପାଇଁ କିଛି ଲୋକ ନିଜ ମୁଣ୍ଡକୁ ତଉଲିଆରେ ଘୋଡାଇ ରଖିଥାନ୍ତି । ତେବେ ବନ୍ଧୁଗଣ ବାମ୍ଫ ନେବା ଦ୍ଵାରା କେଉଁ କେଉଁ ସବୁ ଫାଇଦା ହୋଇଥାଏ ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

ଚେହେରାରେ ବାମ୍ଫ ନେବାଦ୍ବାରା ଚେହେରା ବହୁତ ତାଜା ଦେଖାଯାଇଥାଏ, ଯାହାଦ୍ୱାରା ଆପଣଙ୍କୁ ଫ୍ରେସ ଅନୁଭବ ହୋଇବା ସହ ଆପଣଙ୍କ ଫେସ ସ୍କିନ ମଧ୍ୟ ବହୁତ ସତେଜ ଦେଖାଯିବାକୁ ଲାଗିଥାଏ ।

ଯଦି ଚେହେରାରେ ଦାଗ ହୋଇଥାଏ ତାହେଲେ ଡେରି ନକରି ଚେହେରାକୁ ବାମ୍ଫ ଦିଅନ୍ତୁ । ଏହାଦ୍ବାରା ରୁମ ଛିଦ୍ରରେ ଜମିଥିବା ମଇଳା ସହଜରେ ବାହାରି ଯାଇଥାଏ ଏବଂ ଆପଣଙ୍କ ଚେହେରା ସଫା ହୋଇଯିବ ।

ଥଣ୍ଡା ଏବଂ କଫ ହେଲେ ବାମ୍ଫ ନେବା ବହୁତ ଭଲ ହୋଇଥାଏ । ବାମ୍ଫ ନେଲେ ହିଁ କେବଳ ଆପଣଙ୍କର ଥଣ୍ଡା ଭଲ ହୋଇଯିବ ବରଂ ତଣ୍ଟିରେ ଜମା ହୋଇଥିବା କଫ ବି ସହଜରେ ବାହାରି ପାରିଥାଏ । ତେଣୁ ଥଣ୍ଡା ହେବା ସମୟରେ ଆପଣଙ୍କୁ ଏଥିପାଇଁ ଅଧିକ କୌଣସି ପ୍ରକାର ଚିନ୍ତା କରିବାକୁ ପଡିବ ନାହିଁ ।

ଚେହେରାର ମଇଳାକୁ ହଟାଇ ଭିତର ପର୍ଯ୍ୟନ୍ତ ଚେହେରାର ସଫା କରିବା ପାଇଁ ଏବଂ ଚେହେରାକୁ ପ୍ରାକୃତିକ ଚମକ ପ୍ରଦାନ କରିବା ପାଇଁ ବାମ୍ଫ ନେବା ଏକ ଭଲ ଉପାୟ ହୋଇଥାଏ ।

ଅସ୍ତମା ପରି ଶରୀର ସମସ୍ୟାରେ ବି ବାମ୍ଫ ନେବା ବହୁତ ଉପକାରୀ ବୋଲି ପ୍ରମାଣିତ ହୋଇଥାଏ । ଡାକ୍ତର ଏମିତି ପରିସ୍ତିତିରେ ବାମ୍ଫ ନେବା ପାଇ କହିଥାନ୍ତି ଯାହା ଫଳରେ କି ରୋଗୀକୁ ଜୀବନ ଶକ୍ତି ମିଳିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button