IBN ଓଡ଼ିଶା ବ୍ୟୁରୋ

ଗୁଡରେ ଶରୀର ପାଇଁ ରହିଥିବା ଏହି ଲାଭ ବିଷୟରେ ଆପଣ ଆଗରୁ କେବେ ଶୁଣିନଥିବେ !

ବନ୍ଧୁଗଣ ଅଧିକାଂଶ ଲୋକ ଖାଇବା ସାଥିରେ ଗୁଡ଼ ଖାଇବାକୁ ପସନ୍ଦ କରିଥାନ୍ତି । କାହିଁକି ନା ଏହା ଦ୍ବାରା ଖାଇବାର ସ୍ଵାଦ ଆହୁରି ବି ବଢ଼ି ଯାଇଥାଏ କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଗୁଡ଼ ଖାଲି ସ୍ଵାଦ ବଢାଇ ନ ଥାଏ ବରଂ ଏହା  ଆମର ସ୍ୱାସ୍ଥ୍ୟ ପାଇଁ ବି ବହୁତ ଲାଭଦାୟକ ହୋଇଥାଏ । ଗୋଟିଏ ଛୋଟିଆ ଗୁଡର ଖଣ୍ଡରେ ବି ସ୍ୱାସ୍ଥ୍ୟର ବହୁତ ଗୁଡ଼ିଏ ସମସ୍ଯାର ସମାଧାନ ରହିଅଛି । ତେବେ ଗୁଡରୁ ଆପଣଙ୍କ ଶରୀରକୁ ମିଳୁଥିବା ଲାଭ ବିଷୟରେ ଚାଲନ୍ତୁ ଜାଣିବା ।

ସୌନ୍ଦର୍ଜ୍ୟ;- ଯଦି ଆପଣ ମୁହଁର ଦାଗ ପାଇଁ ଚିନ୍ତିତ ଅଛନ୍ତି କିମ୍ଵା ଆପଣଙ୍କୁ କୌଣସି ତ୍ୱଚା ସମ୍ବନ୍ଧୀୟ ରୋଗ ଅଛି ତାହେଲେ ଗୁଡ଼ ଖାଇବା ଦ୍ଵାରା ଆପଣଙ୍କୁ ଏହି ସବୁ ଅସୁବିଧା ରହିବନି ଏବଂ ଏହା ସାଙ୍ଗରେ ଆପଣଙ୍କ ତ୍ବଚାରେ ଉଜ୍ଜଳତା ଆସିବ ।

ଗଣ୍ଠିର ଦରଜ;- ବୟସ ବଢିବା ସାଙ୍ଗେ ସାଙ୍ଗେ ଆଣ୍ଠୁ ଗଣ୍ଠିରେ ବିନ୍ଧା ବଢ଼ିଥାଏ ହେଲେ ଥଣ୍ଡାରେ ବି ବହୁତଥର ଲୋକଙ୍କ ଆଣ୍ଠୁ ଗଣ୍ଠିରେ ବିନ୍ଧାବିନ୍ଧି ସମସ୍ୟା ଦେଖା ଯାଇଥାଏ । ଏମିତିରେ ଗୁଡ଼ ଆପଣଙ୍କ ପାଇଁ କେଉଁ ରାମବାଣ ଠୁ କମ୍ ନୁହେଁ ।

ହଜମ ପ୍ରକ୍ରିୟା;- ଗୁଡ଼ ଖାଇବା ଦ୍ଵାରା ଆପଣଙ୍କ ପେଟରେ ଗ୍ୟାସ ସମସ୍ୟା ହୁଏନି ଆଉ କୋଷ୍ଟକାଠିନ୍ଯ ଭଳି ସମସ୍ଯା ମଧ୍ୟ ରହିନଥାଏ । ଏହାଛଡା ଗୁଡ଼ ଆପଣଙ୍କ ପାଚନ ତନ୍ତ୍ରକୁ ବହୁତ୍ ମଜବୁତ ବନାଇଥାଏ ।

ସୁସ୍ଥ ଲିଭର;- ଏହା ଆମର ରକ୍ତରୁ ହାନିକାରକ ଟକସିନକୁ ବାହାର କରିଥାଏ ଆଉ ଶରୀରରେ ରକ୍ତ ପ୍ରବାହ ଭଲ ବନାଇଥାଏ, ଏହାଦ୍ବାରା ଆମର ଲିଭର ସୁସ୍ଥ ବନିଥାଏ ।

ଏମୋନୀୟା;- ଗୁଡ଼ରେ ବହୁମାତ୍ରାରେ ଆଇରନ ମିଳିଥାଏ ଯାହା ଖୁବ୍ କରି ମହିଳାଙ୍କ ପାଇଁ ବହୁତ୍ ଆବଶ୍ୟକ ହୁଏ, ଗୁଡ଼ ଖାଇବାରୁ ଆଇରନର ଆବଶ୍ୟକତା ପୁରା ହୋଇଥାଏ । ଏମୋନୀୟାରେ ପୀଡିତ ବହୁତ୍ ଲୋକଙ୍କ ପାଇଁ ଏହା ଲାଭଦାୟକ ଅଟେ ।

କାନର ଦରଜ;- ଗୁଡକୁ ଘିଅ ସାଙ୍ଗରେ ଗରମ କରି ଖାଆନ୍ତୁ ଏହାଦ୍ବାରା କାନର ଦରଜ ଛୁ ମନ୍ତର ହେଇଯିବ । ଗୁଡ ଖାଇବାରୁ ଥଣ୍ଡା ଓ ଜ୍ଵରରୁ ବହୁତ ଆରାମ ମଧ୍ୟ ମିଳିଥାଏ । ଏଥିସହ ଶରୀରର ଥକାପଣକୁ ଦୂର କରିବାରେ ମଧ୍ୟ ଗୁଡ ସାହାଜ୍ଯ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button