IBN ଓଡ଼ିଶା ବ୍ୟୁରୋ
ଦାଦାସାହେବ ଫାଲ୍କେ ଆୱାର୍ଡ ମିଳିବ ଜାଣି କ’ଣ କହିଲେ ମିଥୁନ?

କୋଲକାତା: ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିଜ ଅଭିନୟ ବଳରେ ସେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି | ନିଜର ଉଲ୍ଲେଖନୀୟ କ୍ୟାରିୟର ପାଇଁ ୭୪ବର୍ଷୀୟ ଅଭିନେତାଙ୍କୁ ବର୍ତ୍ତମାନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ | ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି।
ଏତେ ବଡ଼ ପୁରସ୍କାରରେ ସମ୍ମାନିତ ହେବେ ବୋଲି ଜାଣିବା ପରେ ମିଥୁନ ଚକ୍ରବର୍ତ୍ତୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “ମୋ ପାଖରେ କିଛି କହିବାର ଶବ୍ଦ ନାହିଁ। ନା ମୁଁ ହସିପାରୁଛି ନା କାନ୍ଦିପାରୁଛି | ଏହା ମୋ ପାଇଁ ବହୁତ ବଡ଼ । ମୁଁ ଏହା କଳ୍ପନା କରିନଥିଲି | ମୁଁ ଅତ୍ୟନ୍ତ ଖୁସି । ମୁଁ ଏହି ପୁରସ୍କାର ମୋ ପରିବାର ଏବଂ ସାରା ବିଶ୍ୱରେ ଥିବା ମୋର ପ୍ରଶଂସକଙ୍କୁ ଉତ୍ସର୍ଗ କରୁଛି। ”