ରାଜ୍ୟ
୧ ଟନରୁ ଉର୍ଦ୍ଧ୍ବ କଇଁଛ ଜବତ, ୨ ଗିରଫ

ଚିତ୍ରକୋଣ୍ଡା: କଇଁଛ ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଚିତ୍ରକୋଣ୍ଡା ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ କଇଁଛ ଚୋରା ଚାଲାଣବେଳେ ମାଡ଼ି ବସିଛି ବନବିଭାଗ। ଆନ୍ଧ୍ରପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମ.ଭି – ୭୯କୁ ହଉଥିଲା ଚୋରା ଚାଲାଣ। ଅଖା ବସ୍ତା ଭିତରେ ରଖି ୧ ଟନରୁ ଉର୍ଦ୍ଧ୍ବ କଇଁଛ ଚାଲାଣ କରା ଯାଉଥିଲା।ସମସ୍ତ କଇଁଛକୁ ଚିତ୍ରକୋଣ୍ଡା ବନବିଭାଗ ଅଧିକାରୀ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ।