ରାଜନୀତି

ଅଗଷ୍ଟ ୧୮ ରେ ରାଜ୍ୟର ୩୧୪ ବ୍ଲକ ଘେରିବ କଂଗ୍ରେସ – Ibnodisha

[ad_1]

*୯ ଦଫା ଦାବିକୁ ନେଇ ୧୮ ରେ ବ୍ଲକ ଘେରାଉର ଆହ୍ୱନ ଦେଲେ ଶରତ*

ଭୁବନେଶ୍ୱର – ଆଜି କଂଗ୍ରେସ ଭବନଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇ ଆଗାମୀ ଅଗଷ୍ଟ ୧୮ ରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କାଯିବାର ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ୯ ଦଫା ଦାବି ନେଇ ୩୦ ଜିଲ୍ଲାର ୩୧୪ ବ୍ଲକ ଅଫିସି କଂଗ୍ରେସ ତରଫରୁ ଘେରାଉ କରାଯିବ । ଏଥିନିମନ୍ତେ ସମସ୍ତ କଂଗ୍ରେସର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ କଂଗ୍ରେସର ସଭାପତି, ଯୁବ ଛାତ୍ର, ମହିଳା ଓ ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସର କର୍ମୀ ଓ ସମର୍ଥକ ଶୁଭେଚ୍ଛୁମାନେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ୯ଦଫା ଦାବୀ ସଂକ୍ରାନ୍ତରେ ବିବରଣୀ ଦେଇ କହିଥିଲେ ଯେ ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା ସହ ପଂଚାୟତ ମାଧ୍ୟମରେ ଖର୍ଚ୍ଚ କରିବା, ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିୟମ ଅନୁସାରେ ହିତାଧିକାରୀ ବାଛିବା, ପେଟ୍ରୋଲ, ଡିଜେଲ, ଗ୍ୟାସ ତଥା ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା, ଓଡ଼ିଶାର ମୁଖ୍ୟ କୃଷିଜାତ ପଦାର୍ଥ ଧାନର ଅଭାବୀବିକ୍ରୀ ବନ୍ଦ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ୨୪ ଘଂଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଓ ଟାଟା କମ୍ପାନୀର ଖାଉଟି ଶୋଷଣ ନୀତିକୁ ବନ୍ଦ କରିବା ଏବଂ ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗ ମାନଙ୍କ ପାଇଁ କଂଗ୍ରେସ ଅମଳରୁ ଉପଲବ୍ଧ ଅଧିକାରର ସୁରକ୍ଷା ଆଦି ପ୍ରସଙ୍ଗରେ କଂଗ୍ରେସର ଏହି ମହାଆନ୍ଦୋଳନର ଆହ୍ୱାନ ଦେଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ସେ ମଧ୍ୟ ସୂଚନା ଦେଇ କହିଥିଲେ ଯେ ଆନ୍ଦୋଳନ କାର୍ଯ୍ୟକ୍ରମର ଶେଷରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ସମସ୍ତ ଦାବୀପତ୍ର ସମ୍ମିଳିତ ଏକ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରାଯିବ ।
ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସର ଏହି ଆନ୍ଦୋଳନରେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।
ସମ୍ମିଳନୀରେ ଉପସ୍ଥିତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଫଳତା କାହାରିକୁ ଅଛପା ନାହିଁ । ଜଳସେଚନ କ୍ଷେତ୍ରରେ ନବୀନ ସରକାର ୨୪ ବର୍ଷ ମଧ୍ୟରେ ଗୋଟିଏ ହେଲେବି ବୃହତ ବା ମଧ୍ୟମ ଜଳସେଚନ ପ୍ରକଳ୍ପ କରିନାହାନ୍ତି । ଏଥିସହ ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବାରେ ପ୍ରତିଶ୍ରୁତି ମଧ୍ୟ ପୁରଣ ହୋଇପାରିଲା ନାହିଁ । ଶ୍ରୀ ପଟ୍ଟନାୟକ ପିସିସି ସଭାପତିଙ୍କ ସହ ସାମିଲ ହୋଇ ଅଗଷ୍ଟ ୧୮ ତାରିଖରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାବାସୀଙ୍କ ସମର୍ଥନ ଲୋଡ଼ିଥିଲେ । ହଜାର ଦିନରେ ହଜାର ଶିଳ୍ପ ନୀତି ଯୋଗୁଁ ଓଡ଼ିଶାର ବହୁ ଶିଳ୍ପପତି ସୃଷ୍ଟି ହେବା ସହିତ ଏବଂ ବହୁ ଶିଳ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ପୁଞ୍ଜିବିନିଯୋଗ ନାମରେ ରୋମ୍ ଠାରୁ ଦୁବାଇ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରସ୍ତ କରୁଛନ୍ତି କିନ୍ତୁ କୌଣସି ଗୋଟିଏ ମଧ୍ୟ ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ । ନିଯୁକ୍ତି ସୃଷ୍ଟି କରିବା ପାଇଁ ଯେଉଁ ଆଶ୍ୱାସନା ଦିଆଯାଇଥିଲା ତାହା କେବଳ ଧୂଆବାଣ ।
ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଥିଲେ ଯେ, କଂଗ୍ରେସର ଅଗଷ୍ଟ ୧୮ ବ୍ଲକ ଘେରାଉ କାର୍ଯ୍ୟକ୍ରମର ୯ ଦଫା ସମ୍ମିଳୀତ ସ୍ମାରକ ପତ୍ର କେବଳ ଦାବି ପତ୍ର ନୁହେଁ ଏହା ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଧ । ବିଜେଡ଼ିର ବହୁ ଘୋଷିତ ସ୍ୱଚ୍ଛ ସରକାର ଧ୍ୱନୀ ଆଉ ଶୁଣିବାକୁ ମିଳୁନାହିଁ । ସେ ଅଭିଯୋଗ କରିଥିଲେ ଯେ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଆଇନରେ ପ୍ରତି ଜିଲ୍ଲାରେ ଜଣେ ଜଣେ *ଓମ୍‌ବଡ଼ସ୍‌ମ୍ୟାନ (Ombudsman)* ନିଯୁକ୍ତିର ବ୍ୟବସ୍ଥା ଥିବା ସତ୍ୱେ ସବୁ ଜିଲ୍ଲାରେ ସରକାର ନିଯୁକ୍ତି ଦେଉନାହାନ୍ତି । ଫଳତଃ ଏହି ଯୋଜନାରେ ଘଟୁଥିବା ଜାବତୀୟ ଅର୍ଥ ତୋଷରପାତ ବଢ଼ିଚାଲିଛି । ଦ୍ୱିତୀୟରେ ୫ ବର୍ଷ ମଧ୍ୟରେ ୧୯୮ ଟି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବାର ୨୦୦୫ ମସିହାରେ ଘୋଷଣା କରିଥିଲେ ମଧ୍ୟ ୨୦୨୩ ମସିହା ସୁଧା ୧୮ ବର୍ଷରେ ତା ସମ୍ଭବ ନ ହୋଇ ଆହୁରି ୩୨ ବ୍ଲକ ବାକି ରହିଛି । ଏହା କ’ଣ ସରକାର କାଢ଼ପଣ ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ସେ ମଧ୍ୟ ସଭାପତିଙ୍କ ଆହ୍ୱାନରେ ଅଗଷ୍ଟ ୧୮ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଓଡ଼ିଶାର ଜନସାଧାରଣ ସାମିଲ ହେବାକୁ ନିବେଦନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button