ରୋଷେଇ ଘରେ ଭୁଲରେ ବି ଏହି କାମ କରନ୍ତୁ ନାହିଁ ନାହିଁ ! ନଚେତ ହୋଇଯିବେ କାଙ୍ଗାଳ :-

କିଛି ଏଭଳି କାମ ଅଛି ଯାହାକୁ ଯଦି ସ୍ତ୍ରୀ ଲୋକ ମାନେ ଘରେ କରନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି । ପ୍ରାଚୀନ ଧର୍ମ ଗ୍ରନ୍ଥ ଅନୁସାରେ ସ୍ୱାମୀ ସ୍ତ୍ରୀ ଙ୍କୁ ମାତା ପାର୍ବତୀ ଏବଂ ମହାଦେବଙ୍କ ସ୍ୱରୂପ ମାନା ଯାଏ । କାରଣ ଦୁହେଁ ପରସ୍ପରର ପରିପୁରକ ଏବଂ ଅର୍ଦ୍ଧନାରୀ ଶ୍ବର ଅଟନ୍ତି । ତେଣୁ ସ୍ୱାମୀ ସ୍ତ୍ରୀ ମଧ୍ୟ ପରସ୍ପରର ପରିପୁରକ ହୋଇଥାନ୍ତି । ତେଣୁ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀ କୁହାଯାଏ ।ତେଣୁ ସ୍ୱାମୀର ଭାଗ୍ୟ ସହିତ ସ୍ତ୍ରୀର ଭାଗ୍ୟ ମଧ୍ୟ ଜଡ଼ିତ ହୋଇଥାଏ । ସ୍ତ୍ରୀର ପ୍ରତ୍ୟେକ କର୍ମର ଫଳ ସ୍ୱାମୀକୁ ହିଁ ଭୋଗିବାକୁ ପଡିଥାଏ ।
ତେଣୁ ଯଦି ମହିଳା ଖରାପ କାମ କରେ ତେବେ ଘରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଳି ଯାଆନ୍ତି ଏବଂ ଘରେ ଲକ୍ଷ୍ମୀଙ୍କ ଜ୍ୟେଷ୍ଠ ଭଉଣୀ ଅଲକ୍ଷ୍ମୀ ବାସ କରନ୍ତି । ତେଣୁ ମହିଳା ମାନେ ଯଦି ସେମିତି ଭୁଲ କରୁଥାନ୍ତି ତେବେ ତାହାକୁ ତୁରନ୍ତ ସୁଧାରି ନେବା ଆବଶ୍ୟକ । ନଚେତ ଘରକୁ ଅଲକ୍ଷ୍ମୀ ଆସିଲେ କଳହ କ୍ଳେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଆଜିକାର ଲେଖାରେ ଆମେ ସେହି ସବୁ ଭୁଲ ବିଷୟରେ କହିବାକୁ ଯାଉଛୁ ।
୧ . ଘରର ସ୍ତ୍ରୀ ସନ୍ଧ୍ୟା ସମୟରେ କେବେବି ମୁକୁଳା କେଶରେ ଘରେ ବୁଲିବା ଉଚିତ ନୁହେଁ । ସନ୍ଧ୍ୟା ସମୟରେ କେଶ ମୁକୁଳା ରଖିଲେ ଏବଂ କୁଣ୍ଡାଇଲେ ଘରକୁ ନକରାତ୍ମକତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମାଡି ଘର ଛାଡ଼ି ଦିଅନ୍ତି ।
୨ . ଘରର ମୁଖ୍ୟଦ୍ୱାରରେ ଅନେକ ମହିଳା ବସି ଗପ କରନ୍ତି କିମ୍ବା ଭୋଜନ ମଧ୍ୟ କରିଥାନ୍ତି । ଯାହା ଆଦୋୖ ଠିକ ନୁହେଁ । କାରଣ ଘରର ମୁଖ୍ୟଦ୍ୱାର ଦେଇ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି । ଯଦି ମହିଳା ମାନେ ମୁଖ୍ୟଦ୍ୱାରରେ ବସି ରାସ୍ତା ଅବରୋଧ କରନ୍ତି ତେବେ ମାତା ଲକ୍ଷ୍ମୀ ମୁଖ୍ୟଦ୍ୱାରରୁ ହିଁ ଫେରି ଯାଆନ୍ତି । ଏହାବ୍ୟତୀତ ଘରର ମୁଖ୍ୟଦ୍ୱାରକୁ ସର୍ବଦା ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ଉଚିତ ।
୩ . ଅନେକ ଘରେ ମହିଳା ସକାଳ ସମୟରେ ବିଳମ୍ବରେ ଉଠନ୍ତି । ଯାହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଘରକୁ ନକରାତ୍ମକତା ମଧ୍ୟ ଆସିଥାଏ । ତେଣୁ ମହିଳା ମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଭଗବାନଙ୍କ ପୂଜା କରିବା ଉଚିତ ଏବଂ ଧୂପ ଦୀପ ଜାଳିବା ଉଚିତ ।
୪ . ଅନେକ ଘରେ ମହିଳା ମାନେ ରୋଷେଇ ଘରେ ଅଇଁଠା ବାସନ ରଖି ଦିଅନ୍ତି । ଏହାଦ୍ବାରା ଘରକୁ ନକରାତ୍ମକ ତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି । ତେଣୁ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ ଏବଂ ରାତି ସମୟରେ ଅଇଁଠା ବାସନକୁ ଧୋଇ ଦିଅନ୍ତୁ । ମହିଳା ମାନେ ଅଇଁଠା ବାସନରେ ନିଜେ ଭୋଜନ କରିବା ଉଚିତ ନୁହେଁ କିମ୍ବା କାହାକୁ ଭୋଜନ କରାଇବା ମଧ୍ୟ ଉଚିତ ନୁହେଁ ।
୫ . ମହିଳାଙ୍କ ବଚନ ସର୍ବଦା ଧୀର ଏବଂ ଶାନ୍ତ ହେବା ଉଚିତ । ମାତ୍ର ଯେଉଁ ମହିଳାଙ୍କ ସ୍ୱଭାବ ଠିକ ହୋଇ ନଥାଏ ଏବଂ ସେମାନେ କଥାବାର୍ତ୍ତା ମଧ୍ୟ ଠିକ ଢ଼ଙ୍ଗରେ କରନ୍ତି ନାହିଁ ସେହି ମହିଳା ମାନଙ୍କ ଉପରେ ଭଗବାନ କେବେବି ପ୍ରସନ୍ନ ରୁହନ୍ତି ନାହିଁ । ଏହା ବ୍ୟତୀତ ମହିଳା ମାନେ କାହାକୁ ରୁକ୍ଷ ବଚନ କହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି ଏବଂ ଅଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାବ୍ୟତୀତ ଘରୁ ସୁଖ ସମୃଦ୍ଧି ଏବଂ ବୈଭବ ଚାଲିଯାଏ ।