ଶନିଦେବଙ୍କ ଠୁ ନେଇକି କାଳ ଭୈରବ ପର୍ଯ୍ୟନ୍ତ, କୁକୁରଙ୍କ ସେବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଅନେକ ଦେବୀ – ଦେବତା, ମିଳିଥାଏ ଏହି ଲାଭ..

କୁକୁର ମଣିଷର ସବୁଠାରୁ ବଫାଦାର ସାଙ୍ଗ ହୋଇଥାଏ | ଘରେ କୁକୁର ରହିବାର ଅନେକ ଫାଇଦା ହୋଇଥାଏ | କୁକୁର ଆପଣ ଙ୍କୁ ବହୁତ ଭଲ ସହାୟତା କରେ |ଆପଣ ତାଙ୍କ ସାଙ୍ଗରେ କେବେ ବି ବିରକ୍ତ ହୁଅନ୍ତି ନାହିଁ | ସେମାନେ ଆପଣଙ୍କ ଉଦାସ ମନକୁ ଖୁସି କରିଦିଅନ୍ତି | ଆପଣଙ୍କ ଘରର ରକ୍ଷା ବି କରନ୍ତି |
କିନ୍ତୁ କଣ ଆପଣ ଜାଣିଛନ୍ତି କି ଘରେ କୁକୁର ପାଳିବାର କିଛି ଜ୍ୟୋତିଷ ଲାଭ ବି ଅଛି |କୁକୁର କୁ ପାଳିବା ଏବଂ ତାର ସେବା କରିବା ଦ୍ୱାରା ଶନି, ରାହୁ ଏବଂ କେତୁ ଙ୍କ ପରି ଗ୍ରହ ର କ୍ରୁର ଦୃଷ୍ଟି ରୁ ବଞ୍ଚି ହୁଏ |
କୁକୁରଙ୍କ ଜ୍ୟୋତିଷ ଲାଭ :-
1.ଘରେ କଳା କୁକୁର ପାଳିବା ଶୁଭ ବୋଲି ବିଶ୍ୱାସ କରାଯାଏ |ଜ୍ୟୋତିଷ ଶାସ୍ତ୍ର କୁ ବିଶ୍ୱାସ କରାଯାଏ ତ କଲା କୁକୁର ଆପଣଂକୁ ନକାରାତ୍ମକ ଏବଂ ଖରାପ ନଜର ରୁ ବଞ୍ଚେଇ ଥାଏ | ଯଦି ଆପଣ ଘରେ ଅଧିକ ନେଗୀଟିଭ ଶକ୍ତି ଅନୁଭବ କରୁଛନ୍ତି ତେବେ କଳା କୁକୁରଙ୍କୁ ନିଶ୍ଚୟ ପଳାନ୍ତୁ |
2. କଳା କୁକୁର ଉପରେ ଶନି ଏବଂ କେତୁଙ୍କର ପ୍ରଭାବ ରହିଥାଏ | ଯଦି ଆପଣଙ୍କ କୁଣ୍ଡଳୀ ରେ ଏହି ଦୁଇଟି ଗ୍ରହ ଅଧିକ ଅସୁବିଧା କରୁଛନ୍ତି ତେବେ ଆପଣ କଳା କୁକୁରଙ୍କୁ ପାଳିକାରୀ ଏହି ଗ୍ରହଣ କୁ ଶାନ୍ତ କରିପାରିବେ |ଏହା ସହିତ ଆପଣ ଜୀବନ ରେ ଦୁଖୀ କମ ଆଉ ସୁଖ ଅଧିକ ପାଇବେ |
3. ଯଦି ଆପଣ କୌଣସି କାରଣ ବଶତଃ ଘରେ କୁକୁର ପାଳି ପାରୁନାହାନ୍ତି ତେବେ ମଧ୍ୟ କୌଣସି କଥା ନାହିଁ |ଏମିତି ପରିସ୍ଥିତିରେ ଆପଣ ଘର ବାହାରେ ବୁଲୁଥିବା କୁକୁରର ସେବା କରିପାରିବେ |ତାଙ୍କୁ ସମୟରେ ଖାଇବା ପିଇବା କୁ ଦେଇ ଶନି ଦେବଙ୍କୁ ପ୍ରସନ୍ନ କରିପାରିବେ | ଏମତି କରିବା ଦ୍ୱାରା ଶନି ଦୋଷ ରୁ ମୁକ୍ତି ମିଳିଥାଏ |
4. ଯଦି ଆପଣଙ୍କ ଉପରେ ଶନିଙ୍କର ସାଢେ ସାତି କିମ୍ବା ଢ଼େଇୟା ଚାଲିଛି ତେବେ ଆପଣ କୁକୁରଙ୍କ ସେବା ନିଶ୍ଚିନ୍ତ କରନ୍ତୁ | ତାଙ୍କୁ ପେଟ ପୁରା ଖାଦ୍ୟ ଖାଇବାକୁ ଦିଅନ୍ତୁ |ଯଦି କୌଣସି କୁକୁର ସମସ୍ୟା ରେ ଅଛି ତାକୁ ସାହାଯ୍ୟ କରନ୍ତୁ |ରୋଗୀଣା କୁକୁରଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାନ୍ତୁ | ଏମିତି କରିବା ଦ୍ୱାରା ଶନିଙ୍କର କୁଦୃଷ୍ଟି ରୁ ଆପଣ ବଂଚିପାରିବେ |
5. କୁକୁରଙ୍କୁ କାଳ ଭୈରବର ବାହାନ ମଧ୍ୟ କୁହାଯାଏ | କୁହାଯାଏ ଯଦି ଆପଣ କୁକୁରଙ୍କୁ ସୋରିଷ ତେଲ ରେ ଭଜା ହୋଇଥବା ରୁଟି ଖାଇବାକୁ ଦିଅନ୍ତି ତେବେ କାଳ ଭୈରବ ପ୍ରସନ୍ନ ହୁଅନ୍ତି | ଏହାପରେ ଆପଣଙ୍କ ଜୀବନ ରେ ସମସ୍ତ ଦୁଃଖ କଷ୍ଟ ସମାପ୍ତ ହୋଇଯାଏ | ଶତ୍ରୁ ଆପଣଙ୍କର କିଛି ବି ବିଗାଡି ପାରନ୍ତି ନାହିଁ |