କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 15ଟି ଲକ୍ଷଣ ଥିବା ଝିଅ ….
ନମସ୍କାର ବନ୍ଧୁଗଣ । ଝିଅମାନେ ମାତା ଲକ୍ଷ୍ମୀଙ୍କର ଗୋଟିଏ ଅବତାର । ଘରେ ଝିଅ ଜନ୍ମ ବହୁତ ଶୁଭହୋଇଥାଏ । କିଛି ଲୋକମାନେ ତାହାକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକମାନେ ତାହାକୁ ଅମାନ୍ୟ କରିଥାନ୍ତି । ଝିଅମାନଙ୍କ ଜନ୍ମ ଘରକୁ ମାତା ଲକ୍ଷ୍ମୀଙ୍କ ସାନିଧ୍ୟ କୁ ନେଇକି ଆସିଥାଏ । ଘରେ ଖୁସିର ବାତାବରଣ ସୃଷ୍ଟି କରିଥାଏ । ଝିଅମାନେ ଉଭୟ ଶାଶୁ ଓ ମା ‘ ଘରକୁ ସମ୍ଭାଳିବାର କ୍ଷମତା ରଖିଥାନ୍ତି ।
ଆଧୁନିକ ଯୁଗରେ ପୁରୁଷମାନେ ପିତାମାତାଙ୍କୁ ଘରୁ ତଡି ଦେଉଥିବା ବେଳେ ଝିଅ ବିବାହ ପରେ ମଧ୍ୟ ବାପାମା’ ଙ୍କ ପ୍ରତି ନିଜ କର୍ତ୍ତବ୍ୟକୁ ତୁଲାଇ ଥାଏ । କେତେକ ଝିଅମାନେ ଭାଗ୍ୟଶାଳି ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯଥା କିଛି ଝିଅମାନେ ଏତେ ଭାଗ୍ୟଶାଳୀ ହୋଇଥାନ୍ତି , ଯଥା ସେମାନଙ୍କ ଭାଗ୍ୟ ହେତୁ ଉଭୟ ବାପଘର ଓ ଶାଶୁଘର ଉପରେ ଧନର ବର୍ଷା ହୋଇଥାଏ ।
ଏପରି ଝିଅମାନେ ଯେଉଁ ଘରେ ରହିଥାନ୍ତି ସେଠାରେ ସୁଖ, ସମବୃଦ୍ଧି ବଢିବାକୁ ଲାଗିଥାଏ । ତେବେ ଏବେ ଆପଣଙ୍କୁ ପ୍ରଶ୍ନ ଉଠିପାରେ ଯେ ସେହି ପରି ଝିଅମାନଙ୍କୁ ଚିହ୍ନିବା କିପରି । ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧୀୟ କିଛି ବିଷୟରେ ରଖିବାକୁ ଚାହୁଛୁ । ଭାଗ୍ୟଶାଳୀ ଝିଅମାନଙ୍କ ଅଙ୍ଗର ଆକାର ଶୈଳୀ ଦ୍ଵାରା ଆମେ ଜାଣିପାରିଥାଉ । ପ୍ରଥମ ହେଉଛି ସୁଲକ୍ଷଣୀ ଝିଅମାନଙ୍କ କାନ ଯଦି ଲାଲ ହୋଇଥାଏ । ତେବେ ଏହି ପରି ମହିଳା ଭାଗ୍ଯବାନ ହୋଇଥାନ୍ତି ।