ରାଜ୍ୟ

ଜୟପୁରରେ ୪୫୨ମିଟର ତ୍ରିରଙ୍ଗା ଶୋଭାଯାତ୍ରା – Ibnodisha

[ad_1]

ଜୟପୁର: ୭୭ତମ ସ୍ବାଧୀନତା ଦିବସ ନୂଆସାହି ଭିଆଇପି ଲାଇନସ୍ଥ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ ପତ୍ତାକା ଉତ୍ତୋଳନ କରିଥିଲେ। ଏହା ପରେ ହରଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରି  ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜନଗର ଛକରୁ ୪୫୨ମିଟର ତ୍ରିରଙ୍ଗା ପତ୍ତାକାକୁ ନେଇ ଭାରତମାତା କି ଜୟ ସହ ବିଭିନ୍ନ ସହିଦ ମାନଙ୍କ ନାରା ଦେଇ ଶୋଭାଯାତ୍ରା କରାଯାଇଥିଲା। ରାଜନଗରରୁ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ଟ୍ରାଫିକ ଛକ ରୋଟରୀ ନିକଟରୁ ପୁଣି ବୁଲି ଆସି ଗୁପ୍ତେଶ୍ବର କମ୍ପ୍ଲେକ୍ସ ସମ୍ମୁଖ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା। ଭାଗ ନେଇଥିବା ସମସ୍ତେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍କଣ କରିଥିଲେ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button