ରାଜ୍ୟ

ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ: କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସକାଳୁ ସକାଳୁ ପରିଲକ୍ଷିତ ହେଉଛି। କୋରାପୁଟରେ ଦୋକାନବଜାର ଯାନବାହାନ ଚଳାଚଳ ବନ୍ଦ ରହିଛି।

ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ଅନ୍ତତଃ ଏହି ଡି ଗ୍ରେଡ ପଦବୀକୁ ଜିଲ୍ଲାଭିତ୍ତିକ କରାଯାଉ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଏନେଇ ୪ ତାରିଖରେ ୧୨ ଘଣ୍ଟିଆ ଅଖଚକ , ଦୋକାନବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ କରାଯାଇ ଧାରଣା ଦିଆଯିବ ବୋଲି ସ୍ଥାନୀୟ ନିଶାଣୀମୁଣ୍ଡା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର ଆବାହକ ତଥା ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଶିବ ମୁଦୁଲି, ପରାମର୍ଶଦାତା ରୂପକ ତୁରୁକ, ପଦ୍ମନାଭ ଜାନୀ, ଜଗନ୍ନାଥ ହନ୍ତାଲ, ସମାଜସେବୀ ମନସ୍ବିନୀ ଟାକ୍ରୀ, ବୈକୁଣ୍ଠ ମଣ୍ଡଳ ଆଦି କହିଥିଲେ। ରାଜ୍ୟ ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି କହିଥିଲେ ଶ୍ରୀ ତୁରୁକ। ଏଠାକାର ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ସ୍ଥାନୀୟ ନିଯୁକ୍ତି ନ ମିଳିବା ଫଳରେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟସରକାର ନିଜ ଇସ୍ତାହାରରେ ସ୍ଥାନୀୟ ନିଯୁକ୍ତି କଥା ଦର୍ଶାଇଥିବା ବେଳେ ଏବେ କିଭଳି ଭୁଲି ଯାଉଛନ୍ତି ବୋଲି ଶ୍ରୀ ତୁରୁକ ପ୍ରଶ୍ନ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button