IBN ଓଡ଼ିଶା ବ୍ୟୁରୋ

ନିଜ ରୋଷେଇ ଘରରୁ ଏହି ୩ଟି ଜିନିଷ ଦିଅନ୍ତୁ ନାହିଁ ନହେଲେ ହୋଇଯିବେ ଲକ୍ଷ୍ମୀ ଛଡ଼ା।

ବନ୍ଧୁମାନେ ଆମେ ମାନେ ସର୍ବଦା ପରକୁ ସାହାର୍ଯ୍ୟ ସହାନୁଭୂତି ରଖିବା ଉଚିତ୍।ଏହା ବ୍ୟତୀତ କୌଣସି ଦାରିଦ୍ର୍ୟ ବା ଭିକାରୀ ଯଦି କିଛି ସାହାର୍ଯ୍ୟ ମାଗନ୍ତି ତେବେ ତାଙ୍କୁ ମଧ୍ୟ ସାହାର୍ଯ୍ୟ କରିବା ଉଚିତ୍। ଆମେ ମାନେ ସର୍ବଦା ଧନ ରୋଜଗାର କରିବା ପାଇଁ ବହୁ ଉପାୟ ମାନ କରିଥାଉ। ଏହା ବ୍ୟତୀତ ଘରକୁ କିପରି ଲକ୍ଷ୍ମୀଙ୍କ ଆଗମନ ରହିବ ଏହା ପ୍ରତି ମଧ୍ୟ ଧ୍ୟାନ ଦେଇଥାଉ।ହେଲେ ଏପରି କିଛି ନିୟମ ରହିଛି ଯାହା ଆମକୁ କରିବାକୁ ମନା ହୋଇଥାଏ କାରଣ ଏହା କରିବା ଦ୍ଵାରା ଆମ ଘରୁ ଲକ୍ଷ୍ମୀ ଛାଡି ଚାଲିଯାଆନ୍ତି।

ସେହିଭଳି ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି କି ଘରେ ଏପରି କିଛି ଜିନିଷ ଅଛି ଯାହା ଆମକୁ କାହାରିକୁ ଦେବା ଅନୁଚିତ୍। କାରଣ ଏପରି କଲେ ଆମେ ନିଜେ ନିଜର ଖୁସି ଅଲଗା କାହାକୁ ଦେଇଦବାକୁ ଯାଉଛନ୍ତି। ଏହି ସବୁ ମଧ୍ୟ ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି କାରଣ ଏହି ସବୁ ଜିନିଷ ସହିତ ମାତା ଲକ୍ଷ୍ମୀଙ୍କର ବସବାସ ଯୋଗୁଁ ଏହି ଜିନିଷ ସହିତ ସେ ବି ଚାଲିଯାଆନ୍ତି।

ଆପଣ ମାନେ ଜାଣନ୍ତି କି ମାତା ଲକ୍ଷ୍ମୀଙ୍କ ଆଗମନରେ ଘରକୁ ସୁଖ,ଶାନ୍ତି,ସମୃଦ୍ଧି ସହ ଧନର ଆଗମନ ହୋଇଥାଏ।ମାତା ଲକ୍ଷ୍ମୀ ରୋଷ କଲେ ଆମକୁ ଏହି ସମସ୍ତ ଜିନିଷରୁ ବଞ୍ଛିତ ହୋଇଥାନ୍ତି। ଆସନ୍ତୁ ଜାଣିବା ଘରର କେଉଁ ଜିନିଷରେ ଆମର ଧନର କମି ହୋଇଥାଏ।

୧. ପତ୍ନୀଙ୍କ ଅଳଙ୍କାର – ଅଳଙ୍କାର ଗୁଡ଼ିକ ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥିବାରୁ ଆମେ ପିନ୍ଧିବା ସମୟରେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ପିନ୍ଧିଥାନ୍ତି।ଅଳଙ୍କାର ଗୁଡ଼ିକ ଆପଣଙ୍କ ସମୃଦ୍ଧିକୁ ପ୍ରତିଷ୍ଠା କରିଥାଏ।ସେଥିପାଇଁ ଭୁଲରେ ବି ଏହାକୁ କାହାରିକୁ ଦାନ କରନ୍ତୁ ନାହିଁ। ମଙ୍ଗଳସୂତ୍ର,ଅଳଙ୍କାର ,ପାଦର ପାଉଁଜି,ଝୁଣ୍ଟିଆ ଆଦି କାହାରିକୁ ଦିଅନ୍ତୁ ନାହିଁ।ଏଥିରେ ଘରର ଉନ୍ନତିରେ ବାଧା ଆସେ ଏବଂ ମହାଲକ୍ଷ୍ମୀ ଘରୁ ଛାଡି ଚାଲିଯାଆନ୍ତି।ତେଣୁ ଏହା ନିଜ ପାଖରେ ହିଁ ରଖନ୍ତୁ ଅନ୍ୟ କାହାରିକୁ ବି ଦିଅନ୍ତୁ ନାହିଁ।

୨.ଝାଡୁ – ଘରର ଝାଡୁ ଅନ୍ୟ କାହାରିକୁ ଦେବା ଉଚିତ୍ ନୁହେଁ।ଏହା ସ୍ଵଚ୍ଛତାର ପ୍ରତୀକ ହୋଇଥିବାରୁ ଘରୁ ନକାରାତ୍ମକତା ବାହାର କରେ।ତେଣୁ ଆପଣଙ୍କ ଘରୁ ଝାଡୁ କଦାପି କରନ୍ତୁ ନାହିଁ।ଏହି କାରଣରୁ ଘରୁ ସୁଖ ଶାନ୍ତି ଆଦି ଚାଲିଯାଏ।ଝାଡୁ ସ୍ୱଚ୍ଛତାର ପ୍ରତୀକ ଲାଗି ମହାଲକ୍ଷ୍ମୀଙ୍କର ଏହା ଅତି ପ୍ରିୟ ତେଣୁ ଏହା କାହାରିକୁ ଦେଲେ ତାଙ୍କ ସଙ୍ଗରେ ମହାଲକ୍ଷ୍ମୀ ବି ଘରୁ ଚାଲିଯାଆନ୍ତି।

୩.ନଡ଼ିଆ,ଚାଉଳ,କ୍ଷୀର,ଅଟା ଭଳି ଧଳା ଜିନିଷ କାହାରିକୁ ଦେବା ଅନୁଚିତ୍।ଏହି ଧଳା ଜିନିଷରେ ସର୍ବଦା ଖରାପ ନଜର ଆଗ ଲାଗିଥାଏ।ତେଣୁ ସୂର୍ଯ୍ୟାସ୍ତ ସମୟରେ କାହାରିକୁ ଏହିସବୁ ଜିନିଷ ଦେବେ ନାହିଁ । ଘରର ରୋଷେଇ ସାଳାରୁ କଦାପି ଆଣି ଦିଅନ୍ତୁ ନାହିଁ।

୪. ଟଙ୍କା- ଯେଉଁଘରେ ଧନ ଲକ୍ଷ୍ମୀ ଥାଆନ୍ତି ସେହି ଘରୁ ଟଙ୍କା ପଇସା ଉଦ୍ଧାର ଦେବା ଅନୁଚିତ୍।କୌଣସି ପର୍ବରେ ମଧ୍ୟ କାହାରିକୁ ଗୋଟିଏ ପଇସା ଦେବା ଅନୁଚିତ୍ କାରଣ ଏଥିରେ ପଇସା ଆସିବା ପାଇଁ ବାଧା ପ୍ରାପ୍ତ ହୁଏ।

୫.ରୋଷେଇ ଘରର ଶୁଦ୍ଧତା – ରୋଷେଇ ଘରର ଶୁଧ୍ୟତା ଉପରେ ଗୁରୁତ୍ବ ଦେବା ଉଚିତ୍ କାରଣ ଶୁଧ୍ୟତାକୁ ମହାଲକ୍ଷ୍ମୀ ଗୁରୁତ୍ଵ ଦିଅନ୍ତି।
୬.ରୋଷେଇ ଘରର ଜିନିଷ ଯେପରି ବେଲଣା ପଟା ,କାଠି,ରୋଷେଇ ଘରର ତାୱା ଆଦି ଯଦି ଦେଉଛନ୍ତି ତେବେ ସେମାନଙ୍କ ସହିତ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ମଧ୍ୟ ପଳେଇ ଯାଆନ୍ତି। ଯଦି ସାହାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଦୟାକରି ବଜାରରୁ କିଣି ଆଣି ଦିଅନ୍ତୁ। ଏହି ଜିନିଷ ଗୁଡ଼ିକ ଉପରେ ଧ୍ୟାନ ରଖନ୍ତୁ ନଚେତ୍ ମାତା ଲକ୍ଷ୍ମୀ ନାରାଜ ହେଇଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button