IBN ଓଡ଼ିଶା ବ୍ୟୁରୋ

ଦୁର୍ଗାପୂଜାରେ କଏଦୀଙ୍କୁ ଦିଆଯିବ ମଟନ୍ ବିରିୟାନୀ, ପୁଲାଓ ସହ ଏସବୁ ଖାଦ୍ୟ

କୋଲକାତା: ଦୁର୍ଗା ପୂଜା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଧୁମଧାମରେ ଦୁର୍ଗା ପୂଜା ପାଳିତ ହୋଇଥାଏ।

ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ଦେବୀ ଦୁର୍ଗାଙ୍କ ଭବ୍ୟ ପେଣ୍ଡାଲଗୁଡିକୁ ଆକର୍ଷଣୀୟ ଭାବେ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ।

ଏହି ପର୍ବ ସମୟରେ ପଶ୍ଚିମବଙ୍ଗର ଜେଲରେ ଥିବା କଏଦୀମାନଙ୍କୁ ମଧ୍ୟ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯାଇଥାଏ।

ଚଳିତ ଥର ଦୁର୍ଗା ପୂଜାରେ ପଶ୍ଚିମବଙ୍ଗର ବନ୍ଦୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରାଯାଇଛି। ଏଥିରେ ମାଚର ମାଥା ଦି ପୁଇ ଶାକ (ମାଛ ମୁଣ୍ଡ ସହିତ ପାଳଙ୍ଗ ଶାଗ), ମାଛେର ମାଥା ଦିୟା ଡାଲ (ମାଛ ମୁଣ୍ଡ ସହିତ ମୁଗ ଡାଲି), ଲୁଚି ଛୋଲାର ଡାଲ (ବଙ୍ଗାଳୀ ଚଣା ଡାଲି ସହ ପୁରୀ), ପାୟେଶ (ଖୀରି), ଚିକେନ ତରକାରୀ, ଆଲୋ ପୋଟୋଳ ଚିଙ୍ଗରି (ଆଳୁ, ପୋଟୋଳ ସହିତ ଚିଙ୍ଗୁଡି ମିଶ୍ରଣ), ରାଇତା ସହିତ ମଟନ୍ ବିରିୟାନି, ବାସନ୍ତୀ ପୁଲାଓ (ଘି, କାଜୁ ବାଦାମ ଏବଂ କିସମିସ୍ ସହିତ ମିଠା ହଳଦିଆ ପଲାଓ)।

ବାରାକପୁର ସୁଧାର ଗୃହର ଜଣେ ବରିଷ୍ଠ ଜେଲ୍ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଜେଲ୍ ହେଉଛି ଏକ ସଂସ୍କାର ଗୃହ। କଏଦୀମାନେ ଦୁର୍ଗାପୂଜା ପୂର୍ବରୁ ସୁସ୍ବାଦୁ ଖାଦ୍ୟ ପାଇଁ ଆମକୁ ଚିଠି ଲେଖିଥାନ୍ତି। ଆମେ ଚଳିତ ବର୍ଷ ମେନ୍ୟୁ ସହିତ କିଛି ପରିବର୍ତ୍ତନ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଆମର ପ୍ରୟାସ ହେଉଛି ଏହି କଏଦୀ ମାନଙ୍କ ମୁହଁରେ ହସ ଫୁଟାଇବା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button