IBN ଓଡ଼ିଶା ବ୍ୟୁରୋ

ଭୁଲରେ ମଧ୍ୟ ଏହି ୫ ଗୋଟି ଜିନିଷ ଅନ୍ୟମାନଙ୍କୁ ଦାନ କରନ୍ତୁ ନାହିଁ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିପାରେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆମକୁ ଛୋଟ ବେଳୁ ଶିଖା ଯାଇଥାଏ କି, ଅସହାୟ ଓ ଦରିଦ୍ର ଲୋକଙ୍କୁ ନିଶ୍ଚିତ ଭାବରେ ଦାନ କରିବା ଉଚିତ କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, କିଛି ଏଭଳି ଜିନିଷ ରହିଛି ଯାହାକୁ ଅନ୍ୟମାନଙ୍କୁ କଦାପି ଦାନ କରିବା ଉଚିତ ନୁହେଁ। ଏଗୁଡ଼ିକୁ ଦାନ କରିବା ଦ୍ୱାରା ଆପଣଙ୍କ ଘରେ ଆର୍ଥିକ ସଙ୍କଟ ଦେଖା ଦେବାର ଅଧିକ ସମ୍ଭାବନା ରହିଛି। ଆମେ ସମସ୍ତେ ଜାଣିଛୁ କି, ଦେବୀ ଲକ୍ଷ୍ମୀଙ୍କର ଉପସ୍ଥିତି ଆମ ଘର ପାଇଁ କେତେ ମୂଲ୍ୟବାନ ଅଟେ।

ଧନର ଦେବୀ ମାଆ ଲକ୍ଷ୍ମୀଙ୍କ କୃପାରୁ ଆମକୁ ଧନ ସଂପତ୍ତି, ସୁଖଶାନ୍ତି ଆଦି ପ୍ରାପ୍ତ ହୋଇଥାଏ। ଯଦି ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି, ତାହେଲେ ଆମ ଜୀବନରେ ମଧ୍ୟ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଅନ୍ୟମାନଙ୍କୁ ଦାନ କରିବା ଉଚିତ ନୁହେଁ। ପ୍ରଥମ ଜିନିଷ ହେଉଛି ପତ୍ନୀଙ୍କ ଗହଣା। ଆଭୂଷଣର ଦେବୀ ମାଆ ଲକ୍ଷ୍ମୀଙ୍କୁ କୁହାଯାଇଛି। ତେଣୁ କୌଣସି ପୁରୁଷ ବ୍ୟକ୍ତି ନିଜ ପତ୍ନୀଙ୍କର ଆଭୂଷଣକୁ ଅନ୍ୟମାନଙ୍କୁ ଉଧାର ବା ଦାନରେ ଦେବା ଉଚିତ ନୁହେଁ।

ଦିତୀୟ ଜିନିଷ ହେଉଛି ଝାଡୁ। ଆପଣ ମାନେ ଜାଣିଥିବେ କି, କେବେବି ଅନ୍ୟମାନଙ୍କୁ ଝାଡୁ ଦାନ କରିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ଅଟେ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। ଝାଡୁ ସ୍ୱଚ୍ଛତା ଓ ସମୃଦ୍ଧିର ପ୍ରତୀକ ହୋଇଥାଏ ଏବଂ ଘରୁ ସବୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ତେଣୁ ନିଜ ଘରର ଝାଡ଼ୁକୁ ଅନ୍ୟମାନଙ୍କୁ ଦାନ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଘରର ସମସ୍ତ ସୁଖଶାନ୍ତି ନଷ୍ଟ ହୋଇଯିବ।

ତୃତୀୟ ଜିନିଷ ହେଉଛି ସମସ୍ତ ଧଳା ରଙ୍ଗର ଜିନିଷ। କେବେବି ଅନ୍ୟମାନଙ୍କୁ ନିଜ ଘରର ଧଳା ରଙ୍ଗର ଜିନିଷ ଦାନ ବା ଉଧାର ଦେବା ଉଚିତ ନୁହେଁ। ଧଳା ଜିନିଷ ଯେପରି ଲୁଣ, ଚାଉଳ, ଅଟା, କ୍ଷୀର ଇତ୍ୟାଦି। ଧଳା ଜିନିଷ ଉପରେ ଖୁବ୍ ଶୀଘ୍ର ନଜର ଲାଗି ଯାଇଥାଏ। ତେଣୁ ଏହି ଜିନିଷ ଗୁଡ଼ିକ ଉପରେ ନକାରାତ୍ମକ ଶକ୍ତି ଖୁବ୍ ଶୀଘ୍ର ପ୍ରଭାବ ପକାଇ ଥାଏ। ରୋଷେଇ ଘରୁ ତାବା, ବେଲଣା ଆଦି ଅନ୍ୟମାନଙ୍କୁ ଦାନ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button