ରାଜ୍ୟ

OSSC ପରୀକ୍ଷାରେ ତ୍ରୁଟି ! ଅଭିଯୋଗ କରିବା ପରେ ଜଣେ ପରୀକ୍ଷାର୍ଥୀଙ୍କୁ ଦେଢଘଣ୍ଟା ଧରି ଅଟକ !

ବାଲେଶ୍ବର: ବାଲେଶ୍ବରରେ ଅଭାବନୀୟ ଘଟଣା । OSSC ଷ୍ଟାଷ୍ଟିସିଟିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷାରେ ତ୍ରୁଟି ଦେଖି ଅଭିଯୋଗ କରିବା ପରେ ଜଣେ ପରୀକ୍ଷାର୍ଥୀଙ୍କୁ ଦେଢଘଣ୍ଟା ଧରି ଅଟକ । ପ୍ରଶ୍ନପତ୍ର ବଣ୍ଡଲର ସିଲ୍ ପୂର୍ବରୁ ଖୋଲାଯାଇଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ଅଭିଯୋଗ କଲେ ବୋଲି ତାଙ୍କୁ ପରୀକ୍ଷାରେ ବସିବାର ସୁଯୋଗ ଦିଆଗଲାନି, ବଳପୂର୍ବକ ଅନ୍ୟ ଏକ ରୁମରେ ଦେଢଘଣ୍ଟା ଧରି ଅଟକ ରଖାଯାଇଥିଲା ।

ପରୀକ୍ଷା ସରିବା ପରେ ସଂପୃକ୍ତ ପରୀକ୍ଷାର୍ଥିଙ୍କୁ ରୁମରୁ ବାହାର କରିବା ପରେ ଘଟଣା ପଦାକୁ ଆସିଥିଲା ।

ପରୀକ୍ଷାର୍ଥୀ ଜଣକ କରିଥିବା ଅଭିଯୋଗ ଅନୁଯାୟୀ, ପରୀକ୍ଷା ହଲ୍‌ରେ ବସିଥିବା ସମୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଥିଲେ । ଏନେଇ ଅଭିଯୋଗ କରିବାରୁ ପ୍ୟାକେଟ ସେପରି ଆସିଥିବା ଶିକ୍ଷୟିତ୍ରୀ କହିଥିଲେ। ମାତ୍ର ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ। ସିସିଟିଭିରେ ସାଢେ ୯ଟାରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ।

ମାତ୍ର କଲେଜ ସୁପରିଣ୍ଟେଣ୍ଡେଣ୍ଟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ପ୍ରଶ୍ନପତ୍ର ଖୋଲାଯିବା କଥା ସେ ସମୟରେ ଖୋଲାଯାଇଥିଲା। ପ୍ରଶ୍ନପତ୍ରରେ ସିଲ୍‌ ରହିଛି। ମାତ୍ର ସମ୍ପୃକ୍ତ ଛାତ୍ରଜଣକ ମିଥ୍ୟା ଅଭିଯୋଗ କରିଛନ୍ତି। ତାଙ୍କୁ ଅଟକ ରଖାଯାଇନି କି ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇନି।

Related Articles

Leave a Reply

Your email address will not be published. Required fields are marked *

Back to top button