IBN ଓଡ଼ିଶା ବ୍ୟୁରୋ

୧୨ ବର୍ଷ ପରେ ଏକାଠି ସ୍କ୍ରିନ୍ ସେୟାର କରିବେ କରୀନା-ସୈଫ୍, ପ୍ରଭାସଙ୍କ ଏହି ଫିଲ୍ମରେ ନଜର ଆସିବେ

ମୁମ୍ଵାଇ ୦୬।୧୦: ଫିଲ୍ମ ‘ସ୍ପିରିଟ୍’ ଜରିଆରେ ପ୍ରଥମ ଥର ପାଇଁ ଯୋଡି ବାନ୍ଧିବାକୁ ଯାଉଛନ୍ତି ଦକ୍ଷିଣୀ ସୁପରଷ୍ଟାର ପ୍ରଭାସ ଓ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବଙ୍ଗା। ଏ ଖବର ଆସିବା ପରେ ପରେ ଶୁଣିବାକୁ ମିଳିଛି ଏଥିରେ ଭିଲେନ୍ ଚରିତ୍ରରେ ଅଭିନୟ କରିବେ ସୈଫ୍ ଅଲ୍ଲୀ ଖାନ । ହେଲେ ସୈଫଙ୍କୁ ଆଗରୁ କେତୋଟି ସିନେମାରେ ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିଛି ।

ଖଳନାୟକ ଚରିତ୍ରରେ ତାଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି ।

ଏବେ ଶୁଣିବାକୁ ମିଳିଛି ସ୍ୱାମୀଙ୍କ ସହ ଯୋଡ଼ି ହୋଇ ଏହି ସିନେମାରେ ଅଭିନୟ କରିବେ କରୀନା କପୁର । ଆଗରୁ ସୈଫ ଓ କରୀନା ବେଶ୍ କିଛି ସିନେମାରେ ଏକତ୍ର ଦେଖିବାକୁ ମିଳିଛନ୍ତି । ତେବେ ଏହି ସିନେମାରେ ଦୁହିଁଙ୍କୁ ଖଳନାୟକ ଦମ୍ପତିରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଫିଲ୍ମ ‘ଆନିମଲ୍’ର ସାଫଲ୍ୟ ପରଠାରୁ ସନ୍ଦୀପଙ୍କ ପରବର୍ତ୍ତୀ ସିନେମା ନେଇ ଦର୍ଶକମାନଙ୍କ ମନରେ ଉତ୍କଣ୍ଠା ଥିଲା । ପୁଣି ଅପ୍କମିଂ ସିନେମା ‘ସ୍ପିରିଟ୍’ରେ ସୈଫ ଓ କରୀନା ଏକାଠି ଅଭିନୟ କରିବା କଥା ଶୁଣି ଦର୍ଶକଙ୍କ ପ୍ରତ୍ୟାଶା ମଧ୍ୟ ବଢ଼ିଯାଇଛି ।

ଚଳିତ ବର୍ଷରୁ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ । ଆସନ୍ତା ବର୍ଷ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି । ଯଦିଓ କରୀନା ଏଥିରେ ଖଳନାୟିକା ଭାବେ ଅଭିନୟ କରୁଛନ୍ତି କି ନାହିଁ ସେ ବିଷୟରେ ମନ୍ତବ୍ୟ ଦେଇନାହାନ୍ତି । କିନ୍ତୁ ବଲିଉଡ ସୂତ୍ର ଅନୁସାରେ କରୀନାଙ୍କ ସହିତ ଏ ନେଇ ସନ୍ଦୀପ କଥା ହୋଇସାରିଛନ୍ତି । କରୀନା ତାଙ୍କୁ ନିରାଶ କରିନାହାନ୍ତି ବୋଲି ସନ୍ଦୀପ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button