IBN ଓଡ଼ିଶା ବ୍ୟୁରୋ

୬,୦୧୫ ଭୋଟ ବ୍ୟବଧାନରେ ଯୋଗେଶ କୁମାରଙ୍କୁ ହରାଇଲେ ଭିନେଶ ଫୋଗଟ୍‌

ରିଆଣା: ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିଛନ୍ତି କଂଗ୍ରେସର ଭିନେଶ ଫୋଗଟ୍। ମଙ୍ଗଳବାର ଦିନ ହରିଆଣା ବିଧାନସଭା ନିର୍ବାଚନରେ ସେ ​​ଜୁଲାନା ଆସନ ଜିତିଛନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

ସେ ନିଜର ପ୍ରଥମ ନିର୍ବାଚନରେ ​​ବିଜେପି ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ କୁମାରଙ୍କୁ ୬,୦୧୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଜିନ୍ଦ ଜିଲ୍ଲାର ଏହି ହାଇ-ପ୍ରୋଫାଇଲ୍ ନିର୍ବାଚନମଣ୍ଡଳୀରେ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍ଏଲ୍ଡି) ପ୍ରାର୍ଥୀ ସୁରେନ୍ଦର ଲାଥର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଗଣନା ଆରମ୍ଭ ହେବାବେଳେ ଫୋଗେଟ୍ ପ୍ରଥମେ ଆଗୁଆ ରହିଥିଲେ। ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟିଏ ସମୟରେ ସେ ପଛରେ ପଡ଼ିଗଲେ। କିଛି ସମୟ ବ୍ୟବଧାନରେ ସେ ପୁନର୍ବାର ଆଗରରେ ରହି ବିଜୟ ହାତେଇବାରେ ସଫଳ ରହିଛନ୍ତି।

୨୦୧୯ ମସିହା ନିର୍ବାଚନରେ ​​ଏହି ଆସନ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଅଂଶବିଶେଷ ଥିବା ଜନନାୟକ ଜନତା ପାର୍ଟି (ଜେଜେପି) ର ଅମରଜିତ ଧାନ୍ଦା ଜିତିଥିଲେ। ୨୦୧୪ ଏବଂ ୨୦୦୯ ମସିହାରେ ଏହି ଆସନକୁ ଭାରତୀୟ ଜାତୀୟ ଲୋକ ଦଳ (ଆଇଏନ୍ଏଲ୍ଡି) ପ୍ରାର୍ଥୀ ପରମିନ୍ଦର ସିଂ ଧୁଲ ଜିତିଥିଲେ।

ଏହି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ଆଗୁଆ ରହି ଆସୁଥିବା ବେଳେ ଭିନେଶ ତାଙ୍କ ପଛରେ ପଡ଼ିଥିଲେ। ମାତ୍ର ଟ୍ରେଣ୍ଡ୍ ବଦଳିବା ପରେ ଭିନେଶ ଆଉ ପଛେଇ ନଥିଲେ।

ଜୁଲନାରେ ଏବେ ଆଗରେ ରହି ବିଜୟ ହାସଲ କରିଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍ ତାରକା ଭିନେଶ ଫୋଗଟ୍। ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button