IBN ଓଡ଼ିଶା ବ୍ୟୁରୋ
ରାଷ୍ଟ୍ରର ରକ୍ଷା ପାଇଁ ହିଂସା ବି ଯଥାର୍ଥ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: “ହିନ୍ଦୁ ଧର୍ମ କାହାର ବିନାଶ ଚାହେଁନାହିଁ । ଦୁଃଖୀର ସେବାରେ ତୁମ ଜୀବନକୁ ସମର୍ପିତ କର । କିନ୍ତୁ ଯଦି ରାଷ୍ଟ୍ର ଓ ଧର୍ମର ସୁରକ୍ଷା ଏବଂ ନିରୀହମାନଙ୍କୁ ବଞ୍ଚାଇବା ପାଇଁ ହିଂସା କରିବାକୁ ପଡ଼େ, ତେବେ ଏହା ଯଥାର୍ଥ।” ଏଭଳି କହି ଚର୍ଚ୍ଚାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୋମବାର ସେ କହିଛନ୍ତି ଯେ “ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ମୂର୍ତ୍ତି ଭାଙ୍ଗିବା ସେମାନଙ୍କର ଅଧିକାର ବୋଲି ଭାବୁଛନ୍ତି।
ଏଭଳି କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”