IBN ଓଡ଼ିଶା ବ୍ୟୁରୋ

ଇସ୍ରାଏଲର ହାଇଫା ସହରରେ ୧୩୫ ମିସାଇଲ

ନୂଆଦିଲ୍ଲୀ: ଏକସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ଥର ପାଇଁ ବଡ ଆକ୍ରମଣ ହୋଇଛି । ଏଥର ହିଜିବୁଲ୍ଲା ପ୍ରାୟ ୧୩୫ ମିସାଇଲ ଇସ୍ରାଏଲର ହାଇଫା ସହରରେ ମାଡ କରିଛି । ଏହି ଆକ୍ରମଣରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାପରେ ହାଇଫାରେ କୋକୁଆ ଭୟ ଦେଖାଦେଇଛି ।

ହାଇଫା ହେଉଛି ଇସ୍ରାଏଲର ତୃତୀୟ ବଡ ସହର । ରକେଟ ମାଡ ପରେ ହାଇଫାରେ କୋକୁଆ ଭୟ ଦେଖାଦେଇଛି ।

ସାଇରନ ବାଜିବା ଯୋଗୁଁ ଲୋକେ ବିଭିନ୍ନ ନିରାପଦ ଜାଗାରେ ଆଶ୍ରୟ ନେଇଛନ୍ତି । ହିଜବୁଲା ଦାବି କରିଛି, ଦିନ ପ୍ରାୟ ୫ଟା ସମୟରେ ହାଇଫାରେ ମିସାଇଲ ଓ ରକେଟ ମାଡ ହୋଇଛି । ହିଜବୁଲ୍ଲା ପ୍ରଥମ ଥର ପାଇଁ ‘ଫାଦି-୧’ ମିସାଇଲ ବ୍ୟବହାର କରିଛି । ହିଜବୁଲ୍ଲାର ପ୍ରଚଣ୍ଡ ଆକ୍ରମଣରେ ଥରିଉଠିଛି ଇସ୍ରାଏଲ ସହର । ହିଜବୁଲ୍ଲାର ‘ଫାଦି-୧’ ମିସାଇଲକୁ ବହୁତ ଘାତକ ବୋଲି କୁହାଯାଉଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ୮୦ କିଲୋମିଟର । ଏହାକୁ ମୋବାଇଲ ପ୍ଲାଟଫର୍ମରୁ ମଧ୍ୟ ଲଂଚ କରାଯାଇପାରିବ । ଏହା ଯେ କୌଣସି ଟାର୍ଗେଟକୁ ଧ୍ୱଂସ୍ତ କରିପାରିବ । ଇସ୍ରାଏଲ ପୁଲିସ ବି ହାଇଫା ଉପରେ ରକେଟ ଆକ୍ରମଣକୁ ସ୍ୱୀକାର କରିଛି ।

ସେପଟେ ଦକ୍ଷିଣ ଲେବାନନର ହିଜବୁଲ୍ଲାର ଆଡ୍ଡା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ବାୟୁସେନା ଗାଜାସ୍ଥିତ ଏକ ମସଜିଦରେ ରକେଟ ମାଡ଼ କରିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁଦ୍ଧର ବର୍ଷ ପୂର୍ତ୍ତି ଅବସରରେ ଏଭଳି ଆକ୍ରମଣ କରାଯାଇଛି । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ ୪୧ ହଜାରରୁ ଅଧିକ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁଦ୍ଧ ଯୋଗୁଁ ଗାଜାରେ ମାନବିକ ସଙ୍କଟ ଭଳି ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button