ରାଜ୍ୟ

ଗ୍ରାହକ ସାଜି ଆସିଲେ, ଦୋକାନରୁ ଲୁଟିଲେ

ବାଲିପାଟଣା: ଗ୍ରାହକ ସାଜି ଦୋକାନକୁ ଆସିଲେ| ସାମଗ୍ରୀ କିଣିବା ବାହାନାରେ ଦୋକାନୀଙ୍କ ସହ କଥା ହେଲେ | ସୁଯୋଗ ଉଣ୍ଡି ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜ ଲୁଟି ଚମ୍ପଟ ମାରିଲା ଚୋର | ବନମାଳୀପୁର ବଜାର ୟୁକୋ ବ୍ୟାଙ୍କ ସାମ୍ନା ବାସୁଦେବ ଭେରାଇଟ ଷ୍ଟୋର ମାଲିକ ମନୋଜ ସାହୁ ଏନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି |

ଆଜି ସକାଳ ସମୟ ପ୍ରାୟ ସାଢେ ୯ ଟାରେ ମନୋଜଙ୍କ ଦୋକାନକୁ ଜନୈକ ଯୁବକ ସାଇକେଲରେ ଆସିଥିଲେ | ସାମଗ୍ରୀ କିଣିବା ବାହାନାରେ ମନୋଜଙ୍କୁ କିଛି ଜିନିଷର ଦାମ ପଚାରିଥିଲେ | ସେତିକି ବେଳେ ମନୋଜ କୌଣସି କାମରେ ଦୋକାନ ଘର ପଛକୁ ଯାଇଥିଲେ | କିଛି ସମୟରେ ଆସିଵା ବେଳେ ଗ୍ରାହକ ଜଣଙ୍କ ଦୋକାନ କ୍ୟାସ ଡ୍ରରୁ ୫ ହଜାର ଟଙ୍କା, ଫଟୋ ପରିଚୟ ପତ୍ର , ଆଧାର କାର୍ଡ , ୪ ଟା ଏଟିଏମ କାର୍ଡ , ପାନ କାର୍ଡ ଓ ପର୍ସ ନେଇ ଦୌଡ଼ି ପଳାଇଥିଲା | ମନୋଜ ତାକୁ ଗୋଡ଼ାଇ ଥିଲେ ହେଲେ ଆଖି ପିଛୁଳାକେ ଦୃର୍ବୃତ୍ତ ଛୁ ମାରିଥିଲା | ପୁଲିସ ଘଟଣା ସ୍ଥଳରେ ତଦନ୍ତ କରିବ ବୋଲି ଜଣାପଡିଛି |

Related Articles

Leave a Reply

Your email address will not be published. Required fields are marked *

Back to top button