ମନୋରଞ୍ଜନ

ଡ୍ରିମ ଗର୍ଲ-୨ରେ ମୋତେ କାହିଁକି ନିଆଗଲା ନାହିଁ ମୁଁ ଜାଣିନି, ମୋତେ ବହୁତ କଷ୍ଟ ହୋଇଛି: ନୁସରତ – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭନେତ‌ା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ନୁସରତ ଭରୁଚା ‘ଡ୍ରିମ୍ ଗାର୍ଲ’ରେ ନଜର ଆସିଥିଲେ। ଦୁହିଁଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଥିଲା। ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ୨୦୧୯ର ହିଟ୍ ଫିଲ୍ମ ଥିଲା। ଏବେ ଏହି ଫ୍ରାଞ୍ଚାଇଜର ଦ୍ବିତୀୟ ଭାଗ ‘ଡ୍ରିମ୍ ଗାର୍ଲ ୨’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ଏହାର ସିକ୍ୱେଲରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନୁସରତଙ୍କ ସ୍ଥାନ ନେଇଛନ୍ତି। ଏବେ ‘ଡ୍ରିମ୍ ଗାର୍ଲ ୨’ରେ ସୁଯୋଗ ନମିଳିବା ପରେ ନିଜର ନୀରବତା ଭାଙ୍ଗିଛନ୍ତି ନୁସରତ।

ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ଡ୍ରିମ୍ ଗାର୍ଲର ପ୍ରଥମ ଭାଗର ଅଂଶ ଥିଲି ଏବଂ ମୁଁ ଫିଲ୍ମର ପୁରା ଟିମକୁ ପସନ୍ଦ କରେ। ମୁଁ ସେମାନଙ୍କ ସହିତ କାମ କରିଥିବା ଦିନଗୁଡ଼ିକୁ ବହୁତ ମନେ ପକାଉଛି। କିନ୍ତୁ ନିର୍ମାତା ମୋତେ ‘ଡ୍ରିମ୍ ଗାର୍ଲ ୨’ରେ କାହିଁକି ନେଲେ ନାହିଁ, ଏହି ପ୍ରଶ୍ନର ଉତ୍ତର କେବଳ ସେ ଦେଇପାରିବେ। ମୁଁ ଏହାର କାରଣ ଜାଣି ନାହିଁ କି ମୋ ପାଖରେ କିଛି ଉତ୍ତର ବି ନାହିଁ। ହେଲେ ମୁଁ ମଧ୍ୟ ଜଣେ ମଣିଷ। ତେଣୁ ଏଭଳି ହେବାଟା ମୋତେ ନିଶ୍ଚିତ ଭାବରେ କଷ୍ଟ ଦେଇଛି। ତେବେ ଯେହେତୁ ମୋତେ ଫିଲ୍ମ ମିଳିନାହିଁ, ସେ ବିଷୟରେ ଭାବି କିଛି ଲାଭ ନାହିଁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button