ରାଜ୍ୟ

ହଙ୍ଗେରୀରେ ‘ଏସେନ୍‌ସିଆଲ୍‌ ଅଏଲ୍‌’ ଆନ୍ତର୍ଜାତିକ ସମ୍ମିଳନୀ, ଯୋଗ ଦେଲେ ସୋଆ ଗବେଷକ ଡା. ସୁଦୀପ୍ତା ଜେନା

ଭୁବନେଶ୍ୱର,୦୯/୧୦: ‘ଏସେନସିଆଲ୍ ଅଏଲ୍’କୁ ନେଇ ହଙ୍ଗୋରୀର ବାଲାଟନାଲମାଡିଠାରେ ୫୪ ତମ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ଗବେଷକ ଡା. ସୁଦୀପ୍ତା ଜେନା ଯୋଗ ଦେଇଥିଲେ । ହଙ୍ଗେରୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିଷ୍ଠିତ ଗବେଷକମାନେ ଯୋଗ ଦେଇଥିଲେ ।

ଏହି କ୍ଷେତ୍ରରେ ଘଟିଥିବା ସଦ୍ୟତମ ଗବେଷଣା ପ୍ରସୂତ ତଥ୍ୟ ପ୍ରଦାନ କରିଥିଲେ । ସମ୍ମିଳନୀରେ ଡା. ଜେନା ନିଜ ପ୍ରବନ୍ଧ ପାଠ କରିଥିଲେ ।

ସୂଚନାଯୋଗ୍ୟଯେ, ଡା. ଜେନା ସେଣ୍ଟର ଫର ବାୟୋଟେକ୍ନୋଲୋଜିରେ ପ୍ରାକୃତିକ ଦ୍ରବ୍ୟ ଉପରେ ଗବେଷଣା କରୁଛନ୍ତି । ସେ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ଜେନାଙ୍କ ଅଧୀନରେ ବାୟୋଟେକ୍ନୋଲୋଜିରେ ପିଏଚ୍ଡି ଉପାଧି ଲାଭ କରିଛନ୍ତି । ହଙ୍ଗେରୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ଦେବା ଦ୍ୱାରା ତାଙ୍କୁ ପୃଥିବୀର ଅନ୍ୟ ପ୍ରମୁଖ ଗବେଷକଙ୍କଠୁ ଜ୍ଞାନ ଆହରଣ କରିବାର ସୁଯୋଗ ମିଳିଛି । ଏଥିସହ ଭାବ ବିନିମୟ କରିବାର ସୁଯୋଗ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button