IBN ଓଡ଼ିଶା ବ୍ୟୁରୋ

ସେପ୍ଟେମ୍ବରରେ ବଢ଼ିଲା ପାଇକାରୀ ମୁଦ୍ରାସ୍ଫୀତି, ଖାଦ୍ୟ ପଦାର୍ଥର ମୂଲ୍ୟରେ ବୃଦ୍ଧି ବଡ଼ କାରଣ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ବଢ଼ିଲା ପାଇକାରୀ ମୁଦ୍ରାସ୍ଫୀତି । ଖାଦ୍ୟ ବସ୍ତୁ, ବିଶେଷକରି ପରିବା ଦାମ୍ ଅଧିକ ରହିବା କାରଣରୁ ପାଇକାରୀ ମୂଲ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ବଢ଼ି ୧.୮୪ ପ୍ରତିଶତ ହୋଇଛି। ସୋମବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଆଧାରିତ ମୁଦ୍ରାସ୍ଫୀତି ୧.୩୧ ପ୍ରତିଶତ ରହିଥିଲା।

ଗତ ବର୍ଷ ସେପ୍ଟେମ୍ବରରେ ଏହା ୦.୦୭ ପ୍ରତିଶତ କମିଥିଲା।

ସେପଟେ, ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ସେପ୍ଟେମ୍ବରରେ ବଢ଼ି ୧୧.୫୩ ପ୍ରତିଶତ ହୋଇଛି, ଯେତେବେଳେକି ଅଗଷ୍ଟରେ ଏହା ୩.୧୧ ପ୍ରତିଶତ ରହିଥିଲା । ଏହି କାରଣରୁ ପନିପରିବାରେ ମଧ୍ୟ ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଥିଲା। ଆଳୁ ଏବଂ ପିଆଜର ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ କ୍ରମଶଃ ୭୮.୧୩ ପ୍ରତିଶତ ଏବଂ ୭୮.୮୨ ପ୍ରତିଶତ ବୃଦ୍ଧି ସହ ସର୍ବୋଚ୍ଚ ସ୍ତରରେ ରହିଛି।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଏକ ବୟାନରେ କହିଛି, ସେପ୍ଟେମ୍ବର ୨୦୨୪ରେ ମୁଦ୍ରାସ୍ଫୀତିର ସକାରାତ୍ମକ ହାର ମୁଖ୍ୟତଃ ଖାଦ୍ୟ ପଦାର୍ଥ, ଖାଦ୍ୟ ଉତ୍ପାଦ, ଅନ୍ୟ ବିନିର୍ମାଣ, ମୋଟରଯାନ, ମେସିନ୍ ଏବଂ ଉପକରଣ ନିର୍ମାଣ ଆଦିର ଦାମରେ ବୃଦ୍ଧିର କାରଣ।

Related Articles

Leave a Reply

Your email address will not be published. Required fields are marked *

Back to top button