IBN ଓଡ଼ିଶା ବ୍ୟୁରୋ

Kishmish Water: କିସମିସ ପାଣିର ଉପକାରିତା ଓ ଅପକାରିତା?

Kishmish water: ଡ୍ରାଏ ଫ୍ରୁଟ୍ସର ଚାହିଦା ଅନେକ। ବିଭିନ୍ନ ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଏହି ସବୁ ଡ୍ରାଏ ଫ୍ରୁଟ୍ସ ମଧ୍ୟରୁ କିସମିସ୍ ଅନ୍ୟତମ । ଏଥିରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ। କିସମିସ୍ ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ଉପକାରିତା ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

ବାସ୍ତବରେ କିସମିସ ପାଣିରେ ଉପକାରୀ ଗୁଣ ରହିଛି, କିନ୍ତୁ ବେଳେବେଳେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। କିସମିସ୍ ପାଣିରି କି କି ଉପକାରୀ ଓ ଅପକାରୀ ଗୁଣ ରହିଛି, ଜାଣନ୍ତୁ…

କିସମିସ୍ ପାଣିର ଉପକାରିତା

ଓଜନ ହ୍ରାସ କରିବାରେ ସହାୟକ ହୁଏ: କିସମିସ୍ ପାଣିରେ କମ୍ ପରିମାଣର ପ୍ରାକୃତିକ ଶର୍କରା ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଅନ୍ତନଳୀକୁ ସଫା ରଖେ: କିସମିସରେ ଫାଇବର ଥାଏ, ଯାହା ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଶରୀରକୁ ଶକ୍ତି ଯୋଗାଏ: କିସମିସରେ ଥିବା ପ୍ରାକୃତିକ ଶର୍କରା ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ।

କିସମିସ୍ ପାଣିର ଅପକାରିତା

ଅତ୍ୟଧିକ କ୍ୟାଲୋରୀ: କିସମିସରେ ଶର୍କରା ସହିତ ଅଧିକ ପରିମାଣର କ୍ୟାଲୋରୀ ଥାଏ। ତେଣୁ ଆବଶ୍ୟକତାଠାରୁ ଅଧିକ କିସମିସ୍ ପାଣି ପିଇଲେ କ୍ୟାଲୋରୀ ସ୍ତର ବୃଦ୍ଧି ପାଇପାରେ। ଯାହା ଫଳରେ ମେଦବହୁଳତା ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ।

ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ: କିସମିସ୍ ପାଣିରେ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ପରିଚାଳନା କରିବା କଷ୍ଟକର ହୋଇପାରେ। ତେଣୁ ମଧୁମେହ ରୋଗୀ କିସମିସ୍ ପାଣି ପିଇବାରେ ସତର୍କତା ଅବଲମ୍ବନ କରିବା ଉଚିତ୍।

Related Articles

Leave a Reply

Your email address will not be published. Required fields are marked *

Back to top button