IBN ଓଡ଼ିଶା ବ୍ୟୁରୋ

ଚିନି ଆପଣଙ୍କୁ କରିପାରେ ମାଲାମାଲ ! ନିଶ୍ଚିତ ଭାବରେ ଥରେ ଏହି ଉପାୟକୁ ଅବଲମ୍ବନ କରନ୍ତୁ

ଚିନି ଗୋଟେ ଏଭଳି ଖାଦ୍ୟ ପଦାର୍ଥ ଯାହା ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ। କିନ୍ତୁ ଆଜିକାଲି ଚିନି ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ମାନା ଯାଉଛି। କାରଣ ଅଧିକ ଚିନିର ସେବନ କରିବା ଦ୍ୱାରା ଶରୀରରେ ହାଡ଼ ଦୁର୍ବଳ ହୋଇ ଯାଉଛି। ଆଜି ଆମେ ଆପଣଙ୍କୁ ଚିନିକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯେପରି ଚିନି ଯେଉଁ ଖାଦ୍ୟରେ ମିଳିଲେ ମିଠା ବନେଇ ଦେଇଥାଏ, ସେହିପରି ଚିନିକୁ ନେଇ କିଛି ଉପାୟ କଲେ କୁଣ୍ଡଳୀରେ ଗ୍ରହ ଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଚିନିକୁ ନେଇ କିଛି ଖାସ ଉପାୟ ବିଷୟରେ ଜାଣିବା।

– ଯଦି ଆପଣ ବାହାର ସ୍ଥାନକୁ ଯାଉଛନ୍ତି, ତାହେଲେ ପୂର୍ବଦିନ ରାତିରେ ଗୋଟେ ତମ୍ବା ପାତ୍ରରେ ଅଳ୍ପ ଚିନି ମିଶାଇ ରଖି ଦିଅନ୍ତୁ। ପରଦିନ ସକାଳେ ଏହାକୁ ସେବନ କରି ଯାଆନ୍ତୁ। ଏହାଦ୍ବାରା ଆପଣଙ୍କର କାର୍ଯ୍ୟ ସଫଳ ହେବ।

– ପ୍ରତ୍ୟେକଦିନ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଅଳ୍ପ ଚିନି ମିଶାଇ ଅର୍ଘ୍ୟ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ସୁଦୃଢ ରହିବ।

– ଯଦି ଆପଣଙ୍କ ଘରେ ଅଧିକ କଳି ଝଗଡା ଲାଗି ରହୁଛି, ତାହେଲେ ଆପଣ ପାଣିରେ ଅଳ୍ପ ଚିନି ମିଶାଇ ଶୁକ୍ରବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଢାଳି ଦିଅନ୍ତୁ ଏବଂ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ।

– ଗୋଟେ ଲାଲ କପଡ଼ାରେ ଚିନି ରଖି ବାନ୍ଧି ଦିଅନ୍ତୁ, ଏହାକୁ ଶୋଇବା ସମୟରେ ନିଜ ତକିଆ ତଳେ ରଖି ଦିଅନ୍ତୁ। ଏହାଦ୍ବାରା ରାହୁ ଗ୍ରହର ନକାରାତ୍ମକ ଶକ୍ତି ଦୂର ହୋଇଯିବ।

– ଶୁକ୍ରବାର ଦିନ ଅଟା ଚକଟିବା ସମୟରେ ଅଳ୍ପ ଚିନି ମିଶାଇ ଦିଅନ୍ତୁ। ତାପରେ ଏହାର ରୁଟି ପ୍ରସ୍ତୁତ କରି ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନରେ ସମସ୍ତ ବାଧା ଦୂର ହୋଇଯିବ।

– ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଆପଣ ନଡ଼ିଆରେ ଚିନି ମିଶାଇ ପିମ୍ପୁଡ଼ି ମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଏହି ଉପାୟ ଆପଣଙ୍କ ପାଇଁ କାରିଗର ସାବ୍ୟସ୍ତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button