IBN ଓଡ଼ିଶା ବ୍ୟୁରୋ

ଆସୁଛି ଦୀପାବଳି ଧନତେରସ, କିଣନ୍ତୁ ଏହି ସବୁ ସାମଗ୍ରୀ

ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ କାର୍ତ୍ତିକ ତ୍ରୟୋଦଶୀ ତିଥି 29 ଅକ୍ଟୋବର ମଙ୍ଗଳବାର ଦିନ 10:32 ରେ ଆରମ୍ଭ ହେବ ଏବଂ ଅକ୍ଟୋବର 30 ରେ 01:15 ରେ ଶେଷ ହେବ। 29 ଅକ୍ଟୋବର 2024 ରେ ଧନତେରଶ ପର୍ବ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ତ୍ରୟୋଡାଶୀ ତିଥିରେ ପ୍ରତିବର୍ଷ ଧନତେରସ ପାଳନ କରାଯାଏ ।

ଏହି ଦିନ କିଣାକିଣି କରିବା ଅତ୍ୟ ଶୁଭ ବୋଲି ବିବେଚନା କରାଯାଏ ।

ଧନତେରସରେ ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଘର, ଯାନବାହନ, ଅଳଙ୍କାର, ବାସନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଇତ୍ୟାଦି କିଣିବା ପସନ୍ଦ କରନ୍ତି । ବିଶ୍ୱାସ ରହିଛି ଯେ, ଏହି ଦିନ ଘରକୁ ନୂଆ ସାମଗ୍ରୀ ଆଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶିର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଧନ ଲାଭ ହୋଇଥାଏ । ସେଥିପାଇଁ ଲୋକମାନେ ଏହି ଦିନ ସପିଂ କରିବା ପସନ୍ଦ କରନ୍ତି ।

ବିଶେଷକରି ଧନତେରସ୍ ଦିନ କଳା ପୋଷାକ, ଲୁହା ସାମଗ୍ରୀ, ପ୍ଲାଷ୍ଟିକ୍ ସାମଗ୍ରୀ, କାଚ ସାମଗ୍ରୀ ଇତ୍ୟାଦି କିଣିବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା ଏହି ଦିନ କେଉଁ କେଉଁ ସାମଗ୍ରୀ କିଣିବା ଶୁଭ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କିଛି ଜିନିଷ ଉଲ୍ଲେଖ ଅଛି ଯାହା ଧନତେରସ ଦିନରେ କିଣାଯିବା ଉଚିତ୍ ଯାହା ଦ୍ୱାରା ଘରେ କେବେବି ଧନର ଅଭାବ ରହିନଥାଏ । ଧନତେରସକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ଧନିଆ: ଧନତେରସ ଦିନ ଧନିଆ କିଣିବାର ମହତ୍ତ୍ୱ ରହିଛି । ଏହି ଦିନ ଧନିଆ ମଞ୍ଜି କିମ୍ବା ପୁରା ଧନିଆ କିଣିବା ଦ୍ୱାରା ଘରେ ପଜେଟିଭ୍ ମାହୋଲ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ଦିନ ଧନିଆ ମଞ୍ଜି କିଣି ପୂଜା କରିବା ପରେ ଏହି ମଞ୍ଜିକି ଘରର ବଗିତାରେ ବା ଏକ ହାଣ୍ତିରେ ବୁଣନ୍ତୁ ।

ଝାଡୁ : ଧନତେରସରେ ଦିନ ଯଦି ଆପଣ କିଛି କିଣାକିଣି କରିବା ପାଇଁ ଚାହିୁଁନାହାଁନ୍ତି ତେବେ କେବଳ ଏକ ଝାଡୁ ମଧ୍ୟ କିଣିପାରିବେ । ମା’ ଲକ୍ଷ୍ମୀ ଧନତେରସରେ ଛାଡୁ କିଣିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦର ଦେଇଥାନ୍ତି । ମାନ୍ୟତା ରହିଛି ଝାଡୁ କିଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଝାଡୁ କିଣିବା ପରେ ଏଥିରେ ଧଳା ସୂତା ବାନ୍ଧିବା ପାଇଁ ଭୁଲନ୍ତୁ ନାହିଁ ।

ଧାତୁ: ହିନ୍ଦୁ ଧର୍ମରେ ସୁନା, ପିତ୍ତଳ, ରୂପା ଇତ୍ୟାଦି ଧାତୁଗୁଡିକ ଶୁଦ୍ଧ ଏବଂ ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଧନତେରସ ଦିନ ଲୋକମାନେ ପିତ୍ତଳ ବାସନ ଏବଂ ସୁନା ଓ ରୂପା ଅଳଙ୍କାର ଇତ୍ୟାଦି କିଣିବା ଉଚିତ୍ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button