ପାଣ୍ଡିଆନ୍ଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି ସୌମ୍ୟ – Ibnodisha

[ad_1]
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦର ସମ୍ପାଦକ ଭାବରେ ଆଜି ‘ଜନ୍ମ ଦିନ ଅନୁଚିନ୍ତା’ ଶୀର୍ଷକରେ ଏକ ଆଲେଖ୍ୟ ପ୍ରକାଶ କରିଛନ୍ତି । ଏହି ଲେଖା ଲେଖି ସେ ରାଜନୈତିକ ମହଲରେ ପୁଣି ଏକ ଝଡ଼ ସୃଷ୍ଟି କରିଛନ୍ତି । ଆଜି ହେଉଛି ସୌମ୍ୟରଞ୍ଜନଙ୍କ ଜନ୍ମ ଦିନ । ୭୨ ବର୍ଷରେ ସେ ପଦାର୍ପଣ କରିଛନ୍ତି । ଭଗବାନ ତାଙ୍କୁ ନିରୋଗୀ ଓ ଦୀର୍ଘାୟୁ କରନ୍ତୁ । କିନ୍ତୁ ଜନ୍ମଦିନର ଅନୁଚିନ୍ତାରୁ ସେ ଯାହା ବିଶେଦ୍ଧଗାର କରିଛନ୍ତି ତାହା ବେଶ୍ ପ୍ରାଣୀଧାନ ଯୋଗ୍ୟ । ବିଜେଡିର ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ନେତା, କର୍ମୀ ଓ ସମର୍ଥକ ଭଲ ଭାବେର ଜାଣି ଗଲେଣି ଓ ବୁଝି ଗଲେଣି ଯେ, ବିଜେଡିର ହର୍ତାକର୍ତ୍ତା ଓ ଦଇବ ବିଧାତା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ତାଙ୍କ ସଚିବ ଭ.କେ ପାଣ୍ଡିଆନ୍ ମଧ୍ୟ । ଏପରିକି ମୁଖ୍ୟ ବିରୋଧୀ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟ ଏକଥା ବୁଝି ତାଙ୍କୁ ଗ୍ରହଣ କରି ନେଲେଣି । ହେଲେ ବିଜେଡିର ବିଧାୟକ ହୋଇବି ସୌମ୍ୟରଞ୍ଜନ ଏ କଥାକୁ ଗ୍ରହଣ କରିପାରୁ ନାହାଁନ୍ତି । ପାଣ୍ଡିଆନ୍ଙ୍କ ରାଜନୈତିକ ଉତ୍ଥାନକୁ ସେ ଗ୍ରହଣ କରିପାରୁ ନାହାଁନ୍ତି । ବର୍ତ୍ତମାନ ଜିଲ୍ଲା ପରେ ଜିଲ୍ଲା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଓ ଲୋକଙ୍କ ଉଦ୍ବୋଧନ ଦେବା ସହ ନୂଆ ନୂଆ ଯୋଜନାମାନ ଘୋଷଣା କରୁଥିବା ଦେଖାଯାଉଛି । ଏହି ଘଟଣାକୁ ସୌମ୍ୟରଞ୍ଜନ ବାରମ୍ବାର ଆପତ୍ତି ଉଠାଇ ଚାଲୁଛନ୍ତି । ଏପରିକି ଜନ୍ମ ଦିନରେ ବି ସେ ବାଦ୍ ଦେଇ ନାହାଁନ୍ତି । ଏଣୁ ତାଙ୍କ ମନରେ ସଚିବଙ୍କ ପ୍ରତି କ୍ଷୋଭ କେତେଦୂର ଏଥରୁ ସ୍ପଷ୍ଟ ସୂଚନା ମିଳୁଛି ।
ସୌମ୍ୟରଞ୍ଜନ ବିଭିନ୍ନ ସଭା ସମିତିରେ ବି ମନ୍ତ୍ରୀ ବଡ଼ ନା’ ସଚିବ ବଡ଼ ଏକଥା ଉଠାଇଛନ୍ତି । ଏପରିକି ତାଙ୍କ ଖବର କାଗଜରେ ମଧ୍ୟ ଲେଖିଛନ୍ତି । ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଏହାକୁ ବିରୋଧ କରି ସୌମ୍ୟରଞ୍ଜନ ତାଙ୍କ ‘ଆମ ଘରର ହାଲ୍ଚାଲ୍’ରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏଥିନେଇ ପ୍ରଶ୍ନ କରିଥିଲେ । ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ଅଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଦେଇଥିଲେ । ଯାହାକୁ ପାଣ୍ଡିଆନ୍ ଏକ ସଭାରେ ଜନ ସାଧାରଣଙ୍କୁ ଶୁଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମରେ ସେ ବିଭିନ୍ନ କାର୍ଯ୍ୟକ୍ରମକୁ ଆସୁଛନ୍ତି ତାଙ୍କ ପ୍ରତିନିଧି ହୋଇ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଡିଓ ବାର୍ତ୍ତାକୁ ସୌମ୍ୟରଞ୍ଜନ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସେ ଆଉ ଏକ ନୂଆ ପ୍ରସଙ୍ଗ ଉଠାଇଛନ୍ତି । ଯାହାକୁ ନେଇ ଏବେ ବିରୋଧୀ ବିଜେଡିକୁ ଘେରିବାକୁ ସହଜ ହେବ । ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲାକୁ ହେଲିକପ୍ଟରରେ ଗସ୍ତ କରୁଛନ୍ତି । ସୌମ୍ୟ ରଞ୍ଜନ କରିଛନ୍ତି ଏଥିପାଇଁ ପ୍ରାୟ ୩୦୦କୋଟି ଖର୍ଚ୍ଚ ହେବ । ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାରେ ଜିଲ୍ଲାପାଳ ଥିଲାବେଳେ ପାଣ୍ଡିଆନ୍ଙ୍କ ଏହି ଗସ୍ତର ଯଥାର୍ଥତା ନାହିଁ । ଏଣୁ ଯେଉଁ ୩୦୦ କୋଟି ଟଙ୍କା ଓଡ଼ିଶା ରାଜକୋଷରୁ ଖର୍ଚ୍ଚ ହେବ ତାକୁ ନେଇ ସୌମ୍ୟରଞ୍ଜନ କାହା ସ୍ୱାର୍ଥ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ମାଟି ଆଉ ପାର୍ଟି କଥା କହି ସେ ପାର୍ଟିକୁ ଉର୍ଦ୍ଧ୍ୱରେ ରଖିଛନ୍ତି । କିନ୍ତୁ ବିଜେଡି ନେତାମାନେ ମାଟି ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଦର୍ଶାଇବାକୁ ଚାହୁଁଛନ୍ତି । ମାଟିକୁ ଗୁରୁତ୍ୱ ଦେଉଥିଲେ ପାଣ୍ଡିଆନ୍ଙ୍କ ଏହି କାର୍ଯ୍ୟାଧାରାକୁ ବିଜେଡି ନେତା ଓ କର୍ମୀମାନେ ଗ୍ରହଣ କରିପାରି ନଥାଆନ୍ତେ ବୋଲି ସେ ଜଣାଇବାକୁ ଚାହିଁଛନ୍ତି ।
ଦଳରେ ସମସ୍ତେ ଯେତେବେଳେ ଗ୍ରହଣ କରିସାରିଲେଣି ସୌମ୍ୟରଞ୍ଜନ ଏଥିରୁ ବାଦ୍ ପଡ଼ି ଜଣାଇ ଦେବାକୁ ଚାହୁଁଛନ୍ତି ବିଜେଡି ସହ ହୁଏତ ସେ ଆଗକୁ ରହିନଥା’ନ୍ତେ । କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେପିର ଶୀର୍ଷ ନେତୃତ୍ୱ ଜଣେ ଅଫିସର୍ ହୋଇ ପାଣ୍ଡିଆନ୍ଙ୍କ ରାଜନୈତିକ କାର୍ଯ୍ୟଧାରାକୁ ଗ୍ରହଣ କରିନେଇଛନ୍ତି । ଦଳର ମୁଖ୍ୟ ମାର୍ଗଦର୍ଶକ ଅମିତ୍ ଶାହ ନିକଟରେ ଓଡ଼ିଶା ଆସିଥିବା ବେଳେ ଏଥିରେ ମୋହର ଲଗାଇଛନ୍ତି । ଶାହ ରହୁଥିବା ହୋଟେଲ୍କୁ ଯାଇ ପାଣ୍ଡିଆନ୍ ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଶାହ ସେଠାରେ ଉପସ୍ଥିତ ଥିବା ଦଳର ସବୁ ନେତାମାନଙ୍କୁ ବିଦା କରିଦେଇଥିଲେ । ପାଣ୍ଡିଆନ୍ଙ୍କ ସହ ଶାହ ଗୋପନ ଆଲୋଚନା କରିଥିଲେ । କୁହାଯାଉଛି ଉଭୟଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା । ଶାହ ଚାହିଁଥିଲେ ପାଣ୍ଡିଆନ୍ଙ୍କ ବଦଳରେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିପାରିଥା‘ନ୍ତେ । କିନ୍ତୁ ସେ ପାଣ୍ଡିଆନ୍ଙ୍କ ସହ ଆଲୋଚନା କରି ଜଣାଇ ଦେଲେ ଯେ ଅଫିସର୍ ହୋଇଥିଲେ ବି ତାଙ୍କ ରାଜନୈତିକ କାର୍ଯ୍ୟଧାରାକୁ ଗ୍ରହଣ କରୁଛନ୍ତି । ଏପରିକି ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କୁ ଶାହ ଉଦ୍ବୋଧନ ଦେଲାବେଳେ କହିଥିଲେ ଯେ, ନୀବନ ପଟ୍ଟନାୟକ ଓ ପାଣ୍ଡିଆନ୍ଙ୍କ ସହ କଥା ହେବାରେ ଯଦି ବିଜେଡି ନେତା ଓ କର୍ମୀଙ୍କର ଅସୁବିଧା ହେଉନାହିଁ ତେବେ ବିଜେପି ନେତାମାନଙ୍କର କ’ଣ ଅସୁବିଧା । ଏକଥା କହି ଶାହ ଜଣାଇ ଦେଲେ ବିଜେଡି ଏବେ ପାଣ୍ଡିଆନ୍ ଅଫିସର୍ ହେଲେ ରାଜେନୌତିକ କାର୍ଯ୍ୟକ୍ରମ ବୁଝୁଥିଲେ ବି ସେଥିରେ ଦଳର କୌଣସି ଆପତ୍ତି ରହିବା କଥା ନୁହେଁ ।
ଏ କ୍ଷେତ୍ରରେ ପାଣ୍ଡିଆନ୍ଙ୍କ ରାଜନୈତିକ କାର୍ଯ୍ୟଧାରାକୁ ସୌମ୍ୟରଞ୍ଜନ ଗ୍ରହଣ ନକରିବା ନେଇ ପ୍ରଶ୍ନ ଉଠିଛି । ଜନ୍ମ ଦିନରେ ସୌମ୍ୟରଞ୍ଜନ ଏକ ବାର୍ତ୍ତା ଦେଇଛନ୍ତି ଯେ, ତାଙ୍କ ପାଇଁ ଆଉ ବିଜେଡି ବଡ଼ ହୋଇ ରହି ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।
[ad_2]




