ରାଜ୍ୟ

୬ମାସର ପୁତୁରାକୁ ବୀଭତ୍ସ ଭାବେ ହତ୍ୟାକଲା ମଉସା: ବଞ୍ଚାଇବାକୁ ଯାଇ ପତ୍ନୀ ଗୁରୁତର

ବ୍ରହ୍ମଗିରି: ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁର ଜଣେ ବ୍ୟକ୍ତି ୬ ମାସର ନିଷ୍ପାପ ଶିଶୁକୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହତ୍ୟା କରିଛି। ମିଳିଥିବା ଖବର ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ଗୁଣ୍ତୁଚି ପ୍ରଧାନ କୁସୁବେଣ୍ଟି ଗାଁର ବିଳାସିନୀ ପ୍ରଧାନଙ୍କୁ ବିବାହ କରି ଘରଜ୍ବାଇଁ ଭାବେ ରହୁଥିଲା। କିଛି ମାସ ପୂର୍ବରୁ ବିଳାସିନୀଙ୍କ ବଡ଼ଭଉଣୀ ନିଜର ୬ମାସର ପୁଅ ଚିରଞ୍ଜିବୀ ସହ ତାଙ୍କ ଘରେ ରହୁଥିଲେ।

ସେ ବ୍ରହ୍ମଗିରି ଥାନା ଧର୍ମକୀର୍ତ୍ତି ଗାଁର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ। ଆଜି ସକାଳୁ ଗୁଣ୍ତୁଚି ମୁଣ୍ଡରେ ସଇତାନ୍ ସବାର୍ ହୋଇଥିଲା। ଏକ ଧାରୁଆ କଟୁରିରେ ନିଦରେ ଶୋଇଥିବା ୬ ମାସର ପୁତୁରା ଚିରଞ୍ଜିବୀର ମୁଣ୍ତକୁ ହାଣି ପକାଇଥିଲା।

ପତ୍ନୀ ବିଳାସିନୀ ଧାଇଁ ଆସି ଅଟକାଇବାରୁ ରକ୍ତମୁଖା ଗୁଣ୍ଡୁଚି ତାଙ୍କ ଡାହାଣ ହାତ ଓ ମୁଣ୍ତକୁ ହାଣି ପକାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଶିଶୁପୁତ୍ରକୁ ମୃତ ଘୋଷଣା କରାଯିବା ସହିତ ବିଳାସିନୀଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇ ଯାଉଥିବାବେଳେ ଗାଁ ଲୋକେ ତାକୁ କାବୁ କରି ହାତଗୋଡ଼ ବାନ୍ଧି ଦେଇଥିଲେ। ଖବର ପାଇ ବ୍ରହ୍ମଗିରି ପୁଲିସର ଦୁଇଟି ଟିମ୍ ଅଭିଯୁକ୍ତକୁ ଗିରଫ କରିବା ସହିତ ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ତ ଘଟିଲା, ସେ ନେଇ ପୁଲିସ ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ ଚଳାଇଛି ବୋଲି ବ୍ରହ୍ମଗିରି ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button