ପୁରୀ ଭୂଦାନ ପଡିଆରେ ୫ଟି ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ପ୍ରତିଶୃତି ଦେଲେ – Ibnodisha
[ad_1]
ପୁରୀ: ପୁରୀ ଭୂଦାନ ପଡିଆରେ ସାଧାରଣସଭାରେ ଯୋଗ ଦେଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ପୁଷ୍ପ ବର୍ଷା ଓ ହୁଳହୁଳିରେ ତାଙ୍କୁ ସ୍ୱାଗତ କରିଥିଲେ ସ୍ଥାନୀୟଲୋକେ । ପଡିଆରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍ଫି ବି ନେଇଥିଲେ । ଜୟ ଜଗନ୍ନାଥ କହି ୫ଟି ସଚିବ ଭିକେ ପାଣ୍ଡିଆନ୍ଅ ଭିଭାଷଣ ଆରମ୍ଭ କରିଥିଲେ । ବହୁତ ସମୟ ଧରି ଅପେକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି ବୋଲି ୫ଟି ସଚିବ କହିଥିଲେ । ବହୁତ ଦରଖାସ୍ତ ପାଇଛି । ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ଜାଗା ମିଶନରେ ୧୦ ହଜାର ପଟ୍ଟା ପାଇଛନ୍ତି । ଜିଲ୍ଲାପାଳଙ୍କୁ ଅନୁରୋଧ କରିବି, ଜମି ସମସ୍ୟା ଉପରେ ପଦକ୍ଷେପ ନେବେ । ଆପଣ ଖୁସି ଖବର ପାଇବେ । ଜମି ପଟା ପାଇବେ । ଭଲ କାମ କରନ୍ତୁ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ସାତ ଦିନ ମାନେ ୨୫ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ । ଠିକ ଭାବେ ଟଙ୍କା ଖର୍ଚ୍ଚ କରନ୍ତୁ । ଆହୁରି କିସ୍ତି ପାଇବେ ।
୭ ଲକ୍ଷ ଟଙ୍କା ମିଳିଲେ ୧୦ ଲକ୍ଷର ମନ୍ଦିର କାମ କରନ୍ତୁ । ମୁଖ୍ୟମନ୍ତ୍ରୀ ଖୁସି ହେବେ । ପିଇବା ପାଣି ସମସ୍ୟା ପାଇଁ ଜିଲ୍ଲାପାଳ ସେମାନଙ୍କ ଫୋନ ନମ୍ବର ନେବେ । କାଲି ସକାଳେ ଯନ୍ତ୍ରୀ ସେମାନଙ୍କ ଘରକୁ ଯିବେ । ବାକି ସବୁ ଦରଖାସ୍ତ ଦେଖାଯିବ । ମାସେ ପରେ ଚିଠି ପାଇବେ ସରକାରଙ୍କ ପାଖରୁ । ସମାଧାନ ନ ହୋଇଥିଲେ ବି କାରଣ ଜଣାଯିବ ଚିଠିରେ । ବିଏସ୍କେୱାଇ, ମିଶନ ଶକ୍ତି, ଚାଷୀ ବୀମା ପ୍ରିମିଅମ, ସ୍କୁଲ କଲେଜର ୫ଟି ରୂପାନ୍ତର ନେଇ ବୁଝାଇଥିଲେ । ଜୋରଦାର କାମ କରନ୍ତୁ, ସମସ୍ତଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କୁ ୫ଟି ସଟିବ କହିଥିଲେ । ଆଜି ଠାରୁ ପୁରୀ ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ୫ଟିରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ପୁରୀ ସହରରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମାଆମାନେ କାମ କରି ଲାଭ ପାଇବେ । ପୁରୀ ବିକାଶ କାମ ମୁଖ୍ୟମନ୍ତ୍ରୀ ନିଜ ହାତକୁ ନେଇଛନ୍ତି । ଯାହା ୫୦୦ ବର୍ଷରେ ହୋଇ ନ ଥିଲା, ତାହା ଆଉ ଏକ ହଜାର ବର୍ଷ ଯାଏ କରିବାକୁ ପଡିବ ନାହିଁ । ନୂଆ ରୂପରେ ଦେଖିବେ ପୁରୀ ମନ୍ଦିର ବୋଲି ୫ଟି ସଚିବ କହିଥିଲେ ।
[ad_2]