ରାଜ୍ୟ

ମାଳତୀପାଟପୁର ଷ୍ଟେସନରୁ ଯୁବକ ନିଖୋଜ

ଗୁରୁଡ଼ିଝାଟିଆ,: ଲିଙ୍ଗାପଦା ଗ୍ରାମର ଦୀନବନ୍ଧୁ ସୁବୁଦ୍ଧିରାୟ (୩୩) ନିଖୋଜ ନେଇ ପରିବାର ପକ୍ଷରୁ ଏକ ଅଭିଯୋଗ ଥାନାରେ ହୋଇଛି। ପୁଅର ନିଖୋଜରେ ପରିବାର ସଦସ୍ୟ ଭାଙ୍ଗି ପଡ଼ିଛନ୍ତି। ପ୍ରକାଶଯୋଗ୍ୟ ବାପା ଦାସରଥି ସାହୁଙ୍କ ପୁଅ ଦୀନବନ୍ଧୁ ମହାପ୍ରଭୂ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ହେଲେ ଦୀନବନ୍ଧୁ ହଠାତ୍‌ ମାଳତୀପାଟପୁର ଷ୍ଟେସନରେ ଗାଡିରୁ ଓହ୍ଲାଇ ଦୌଡିଥିଲେ।

ବାପା ଦାସରଥି ମଧ୍ୟ ତାଙ୍କ ପଛେପଛେ ପୁଅକୁ ଖୋଜିବା ପାଇଁ ଅନୁଧାବନ କରିଥିଲେ। କିନ୍ତୁ ପୁଅକୁ ପାଇନଥିଲେ। ଏ ନେଇ ବାପା ଦାସରଥି ପୁରୀ ଜିଆରପି ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ପୁଅକୁ ଠାବ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଏପରିକି ଏ ସଂପର୍କରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଧବଳେଶ୍ୱର ପୁଲିସ ସହାୟତା କେନ୍ଦ୍ରରେ ମଧ୍ୟ ଅବଗତ କରାଇଛନ୍ତି। ଉଲ୍ଲେଖଯୋଗ୍ୟ ପୁଅ ଦୀନବନ୍ଧୁର ମସ୍ତିଷ୍କ ବିକୃତି ଥିବା ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button