IBN ଓଡ଼ିଶା ବ୍ୟୁରୋ

।ଦିଲ୍ଲୀରେ ସ୍କୁଲ ନିକଟରେ ବିସ୍ଫୋରଣ: ଘଟଣା ସ୍ଥଳରେ ପୁଲିସ ଓ ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ସିଆରପିଏଫ ସ୍କୁଲର କାନ୍ଥରୁ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ବିସ୍ଫୋରଣ ପରେ ସେଠାରେ ଧୂଆଁ ଉଠୁଥିବା ମଧ୍ୟ ଦେଖାଯାଇଛି। ରୋହିଣୀ ଡିସିପି ଅମିତ ଗୋୟଲ କହିଛନ୍ତି ଯେ, ବିସ୍ଫୋରଣର କାରଣ ଜାଣିବା ପାଇଁ ବିଶେଷଜ୍ଞମାନଙ୍କୁ ଡକାଯାଇଛି।

ବର୍ତ୍ତମାନସୁଦ୍ଧା ଏହା କେଉଁ ପ୍ରକାରର ବିସ୍ଫୋରଣ ଏବଂ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞ ଦଳ ହିଁ ସ୍ଥିତି ବିଷୟରେ ବିସ୍ତୃତ ସୂଚନା ଦେଇପାରିବେ। କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସେଲ ସ୍ପେଶାଲ କର୍ମଚାରୀ ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଅପରପକ୍ଷେ ସକାଳ ପ୍ରାୟ ୭.୫୦ ସମୟରେ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଖରବ ଦିଆଯାଇଥିଲା। ଫଳରେ ତୁରନ୍ତ ଦୁଇଟି ଦମକଳ ଗାଡ଼ି ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ କାନ୍ଥରେ ନିଆଁ ଲାଗିବା କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ଟିମ୍‌ ଲଗାତର ଭାବେ ଅଞ୍ଚଳରେ ଅନୁସନ୍ଧାନ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button