IBN ଓଡ଼ିଶା ବ୍ୟୁରୋ

ଅଟୋକୁ ଧକ୍କା ଦେଲା ବସ୍: ୮ ଶିଶୁଙ୍କ ସମେତ ୧୧ ମୃତ

ନୂଆଦିଲ୍ଲୀ: ରାଜସ୍ଥାନ ଧୋଲପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେଲା ବସ୍। ଏଥିରେ ୮ ଶିଶୁ ସମେତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୂତାବକ କରୌଲି-ଧୌଲପୁର ଜାତୀୟ ରାଜପଥର ସୁନିପୁର ଗାଁ ନିକଟରେ ଏକ ବସ୍ ଦ୍ରୁତ ଗତିରେ ଆସୁଥିଲା। ଏହି ସମୟରେ ଏକ ଅଟୋରେ କିଛି ଯାତ୍ରୀ ବରୌଲି ଗାଁରୁ ଭୋଜି ଭାତ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିଲେ।

ଏତିକି ବେଳେ ବସଟି ଅଟୋଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ, କିଛି ମହିଳା ଏବଂ ପୁରୁଷ ଥିବା ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ବସଟିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button