ନାରୀ କେତେ ପ୍ରକାରର, କେଉଁ ନାରୀକୁ ବିବାହ କଲେ ପୁରୁଷ ହୁଏ ଧନବାନ, ବଢିଥାଏ ଆୟୁଷ

ପଦ୍ମିନୀ ନାରୀ ଙ୍କୁ ଶାସ୍ତ୍ର ରେ ସର୍ବୋଚ୍ଚ ଶ୍ରେଷ୍ଠ ବୋଲି କୁହାଯାଇଥାଏ । ଓ ଏହି ପଦ୍ମିନୀ ନାରୀ ମଧ୍ୟ ଖୁବ କମ ଦେଖିବାକୁ ମିଳିଥାନ୍ତି । ଏହି ନାରୀ ମାନଙ୍କୁ ଜ୍ଯୋତିଷ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ରରେ ସବୁଥୃ ଉତ୍ତମ ବୋଲି କହିଥାନ୍ତି । ଏହି ମାନେ ସୁନ୍ଦର ହେବ ସହ ଏମାନେ ବାପ ଘର ଓ ଶାଶୁ ଘର ପାଇଁ ଖୁବ ଭଲ ହୋଇଥାଏ ।
ଏମାନେ ଯେଉଁ ଘରେ ବାସ କରନ୍ତି, ସେ ସ୍ଥାନ ସ୍ଵର୍ଗ ହୋଇ ଯାଇଥାଏ । ଏମାନଙ୍କ ବିଷୟରେ ଯେତେ କହିଲେ ମଧ୍ୟ ତାହା କମ ହୋଇଥାଏ । ଏମାନେ ସର୍ବ ଗୁଣ ସମ୍ପର୍ନା ହୋଇଥାନ୍ତି । ଏହି ନାରୀ ମାନେ ଯଦି ଶଶକ ଜାତିର ପୁରୁଷ ଙ୍କୁ ବିବାହ କରନ୍ତି, ତେବେ ଉଭୟ ଙ୍କ ପାଇଁ ହିଁ ଭଲ ହୋଇଥାଏ । ଦ୍ଵିତୟ ଟି ହେଉଛି ଚିତ୍ରିଣୀ । ବନ୍ଧୁଗଣ ଏହି ନାରୀ ମାନେ ସୌଭାଗ୍ୟବତୀ ହୋଇଥାନ୍ତି ।
ଏମାନଙ୍କ ପାଖରେ ଭୋଗ ବିଳାସ ର ଇଛା ଖୁବ କମ ଥାଏ । ଏମାନେ ସମସ୍ତଙ୍କ ସହ ସବୁବେଳେ ମଧୁରତାର ସହ କଥା ହୋଇଥାନ୍ତି । ଏମାନେ ଦେଖିବାକୁ ଖୁବ ସୁନ୍ଦର ହେବା ସହ ଏମାନେ ଖୁବ ସୁଶୀଲ ହୋଇ ଥାନ୍ତି । ଏମାନେ ଅତ୍ୟନ୍ତ ଲଜ୍ୟାଶୀଳ ମଧ୍ୟ ହୋଇଟହନ୍ତି । ତାହାଛଡା ଏହି ଚିତ୍ରିଣୀ ନାରୀ ମାନେ ଯଦି ମୃଗ ଜାତିର ପୁରୁଷ ମାନଙ୍କ ସହ ବିବାହ କରନ୍ତି, ତେବେ ଏହା ଏମାନଙ୍କ ପାଇଁ ଭଲ ହୋଇଥାଏ ।
ତୃତୀୟ ନାରୀ ହେଉଛନ୍ତି ଶଙ୍ଖିନୀ ନାରୀ । ଏମାନେ ସର୍ବଦା ଅସନ୍ତୁଷ୍ଟ ହୋଇ ରହିଥାନ୍ତି । ଏମାନେ ବିନା kaaରଣ ରେ କ୍ରୋଧୀ ହୋଇଥାନ୍ତି । ଏହିପ୍ରକାରର ନାରୀ ମାନେ ସଂସାର ରେ ଅଧିକ ଦେଖିବାକୁ ମିଳିଥାଏ । ଏମାନେ ସବୁବେଳେ ଚୁଗୁଲି କରିବାକୁ ପସନ୍ଦ କରିଥାନ୍ତି । ଏମାନେ ବାପ ଘର ଓ ଶାଶୁ ଘର ଦୁଇ କୁଳ ପାଇଁ ବିପଦ ପରି ହୋଇଥାନ୍ତି । ଏହି ପ୍ରକାରର ନାରୀ ମାନେ ଯଦି ବୃଷ ଜାତିର ପୁରୁଷ ଙ୍କ ସହ ବିବାହ କରନ୍ତି, ତେବେ ସେମାନେ କିଛି ମାତ୍ରା ରେ ସନ୍ତୁଷ୍ଟ ହୋଇ ରହିଥାନ୍ତି ।