IBN ଓଡ଼ିଶା ବ୍ୟୁରୋ

– Acidity କଣ ? ଜାଣନ୍ତୁ ଏଥିରୁ ବଞ୍ଚିବାର 3 ଟି ଉପାୟ

ଆଜିର ଦୈନଦିନ ଜୀବନ ରେ ଗ୍ଯାସ ଏସିଡିଟି ଏକ ଏପରି ସମସ୍ଯା ଯାହାକି ପ୍ରାୟତଃ ସମସ୍ତ ଙ୍କ ଠାରେ ଦେଖିବାକୁ ମିଳୁଛି । ଗ୍ଯାସ ଏକକ ଏଭଳି ସମସ୍ଯା ଯାହା ହେବ ଦ୍ଵାରା ଶରୀରକୁ ବିଭିନ୍ନ ରୋଗ ସମସ୍ଯା ର ସମୁଖୀନ କରିବାକୁ ପଡିଥାଏ । ବନ୍ଧୁଗଣ କହିବାକୁ ଗଲେ ଆଜିର ସମୟରେ ହେଉଥିବା ପ୍ରାୟତଃ ଅଧିକାଂଶ ରୋଗ ଆଦିର ମୂଳ କାରଣ ହେଉଛି ଗ୍ଯାସ ଓ ଏସିଡିଟି ।

 

ଗ୍ଯାସ ଓ ଏସିଡିଟି ଯୋଗୁଁ କେଶ ଝଡିବା, ଏନଆଇଡ଼ି ଠିକ ରେ ନ ହେବା, ଚିଡ଼ ଚିଡା ଲାଗିବା, ଶରୀର ଭାରି ପ୍ରତୀତ ହେବା । ଏଭଳି ସବୁ ସମସ୍ଯା ମାନ ଦେଖା ଦେଇଥାଏ । ବନ୍ଧୁଗଣ କୁହାଯାଅଇଥାଏ, କୌଣସି ରୋଗ ହେଉ ବା ସମସ୍ଯା ତାହାର ସମାଧାନ ପାଇଁ ସର୍ବ ପ୍ରଥମେ ତାହାର କାରଣ ଜାଣିବାକୁବାକୁ ପଡିଥାଏ ।

କାରଣ ଏହା ଦ୍ଵାର ରୋଗର ନା କେବଳ ଚିକିତ୍ସା ଅପିତୁ ସେହି ରୋଗ କୁ ଜଡ ରୁ ନାଶ କରି ଦେଇଥାଏ । ଯାହାଫଳ ରେ ଭବିଷ୍ୟତ ରେ ସେହି ରୋଗ ପୁନର୍ବାର ହୋଇନଥାଏ । ବନ୍ଧୁଗଣ ସେହିଭଳି ଗ୍ଯାସ ହେବାର ମୁଖ୍ୟ କାରଣରୁ ଏକ ପ୍ରମୁଖ କାରଣ ହେଉଛି ଖାଦ୍ୟ ଖାଇବା ସମୟରେ କିଛି କିଛି କରି ଜଳ ପିଇବା । ଯାହାଦ୍ଵାରା ଖାଦ୍ୟ ପାଚନ ହେବାରେ ବିଭିନ୍ନ ବାଧା ସୃଷ୍ଟି ହୋଇଥାଏ । ଓ ଗ୍ୟାଷ୍ଟିକ ଭଳି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ ।

 

ତେଣୁ ଖାଇବା ସମୟରେ କେବେ ମଧ୍ୟ ପାଣି ପିଇବା ଉଚିତ ହୋଇ ନଥାଏ । ଯଦି ଆପଣ ଖାଇବାର କିଛି ସମୟ ପୂର୍ବରୁ ଓ କିଛି ସମୟ ପରେ ପାଣି ପିଅନ୍ତି, ତେବେ ବନ୍ଧୁଗଣ ଏହାଦ୍ଵାର ଆପଣ ଖାଉଥିବା ଖାଦ୍ୟ ସହଜରେ ଠିକ ଭାବରେ ହଜମ ହୋଇ ଯାଇଥାଏ । କିଛି ଲୋକଙ୍କର ସମସ୍ଯା ରହିଥାଏ କି ଆମକୁ ଖାଉଥିବା ସମୟରେ ଅଧିକ ରୁ ଅଧିକ ଶୋଷ ଲାଗୁଛି ।

ଏହାର ପ୍ରତିକାର ରୂପେ ଆପଣ ଖାଦ୍ଯରେ କମ ଲୁଣ ଓ କମ ରାଗ ବା କମ ଲଙ୍କାର ବ୍ୟବହାର କରନ୍ତି, ତେବେ ବନ୍ଧୁଗଣ ଏହାଦ୍ଵାର ଆପଣଙ୍କୁ ଖାଦ୍ୟ ଖାଇବା ସମୟରେ ଜଳ ର ଆବଶ୍ୟକ ପଡିବ ନାହିଁ । ତାହାଛଡା ବନ୍ଧୁଗଣ ଯଦି ଆପଣ କିଛି ଅଧିକ ହେବି ଫୁଡ ର ସେବନ କରୁଛନ୍ତି ତେବେ ଆପଣ ଙ୍କୁ ଖାଇ ସାରିଲା ଅପରେ କିଛି ସମୟ ଚାଲିବା କିଛି ଯୋଗ ଆସନ ଆଦି କରିବା ଉଚିତ ।

 

କାରଣ ଏପରି କରିବା ଦ୍ଵାରା ସେହି ଖାଦ୍ୟ ଗୁଡିକ ସହଜରେ ଶୀଘ୍ର ପାଚନ ହୋଇ ଯାଇଥାଏ । ଯଦି ଆପଣ ଖାଦ୍ଯରେ କୌଣସି ଶସ୍ୟ ଜାତୀୟ ଖାଦ୍ୟ ସହ କିଛି ଫଳ ଆଦିର ସେବନ କରନ୍ତି, ତେବେ ବନ୍ଧୁଗଣ ଏହାଦ୍ବାରା ଆପଣଙ୍କ ଶରୀରରେ ଗ୍ଯାସ ହେବାର ସମ୍ଭବନା ବଢି ଯାଇଥାଏ । ତେଣୁ ଯଦି ଆପଣ କିଛି ଶସ୍ଯ ଜାତୀୟ ଖାଦ୍ୟ ଖାଉଛନ୍ତି, ତେବେ ତାହାସହ ଅଧିକ ରୁ ଅଧିକ ମାତ୍ରାରେ ସବୁଜ ପନିପରିବା ଜାତୀୟ ତରକାରୀ ଆଦି ଖାଆନ୍ତୁ ।

ବନ୍ଧୁଗଣ ଗ୍ଯାସ ନ ହେବା ପାଇଁ ଆପଣ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଯେଉଁ ମସଲା ର ବ୍ଯବହାର କରୁଛନ୍ତି ସେଥିରେ ଆପଣ କିଛି ଭୃଶୁଙ୍ଗ ପତ୍ର ମିଶାଇ ଦିଅନ୍ତୁ । ଏହାଦ୍ବାରା ଖାଦ୍ୟ ର ସ୍ଵାଦ ବଢିବା ସହ ଭୃଶୁଙ୍ଗ ପତ୍ର ଶରୀରରେ ପାଚନ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button