ରାଜ୍ୟ

ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍‌ର ପୁରସ୍କାର ସମାରୋହ: ୧୦୦ କଳାକାର ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ର ୧୦ମ ସିନେ ଆୱାର୍ଡ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା ୧୦୦ଜଣ କଳାକାରଙ୍କୁ ସମ୍ମାନିତ କରାଯାଇଛି। ତା’ ସହିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ରେବତୀ ଓ ଦୁର୍ଗାର ପ୍ରଯୋଜକ ତଥା କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ମୁଖ୍ୟଅତିଥି ଭାବେ ମୁମ୍ବାଇ ସିନେ ୱାର୍କର୍ସ ଆସୋସିଏସନର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା ଯୋଗଦେଇ ଆଗାମୀ ବର୍ଷମାନଙ୍କରେ ବଲିଉଡ୍ରେ ଓଲିଉଡ୍ କଳାକାରଙ୍କ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ସୃଷ୍ଟି ହେବ ବୋଲି ଆଶବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି, ସଂଘର ଉପଦେଷ୍ଟା ଶ୍ୟାମାପ୍ରସାଦ ମିଶ୍ର, ରଜନୀ ରଞ୍ଜନ, ପ୍ରଶାନ୍ତ ପାଢ଼ୀ, ପୁଷ୍ପା ପଣ୍ଡା, ପିଙ୍କି ପ୍ରଧାନ, ବନ୍ଦନା ହରିଚନ୍ଦନ, ସଭାପତି ବବି ମିଶ୍ର ମିଶ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ପ୍ରଯୋଜକ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କଳାକାରମାନେ ପାରମ୍ପରିକ କଳା ପରିବେଷଣ କରିଥିଲେ। ପ୍ରଯୋଜକ ରମେଶ ବାରିକ, ପ୍ରୀତମ, ଅଭିନେତ୍ରୀ ଶୀତଲ ପାତ୍ର, ଅନନ୍ୟା, ଶକ୍ତି ବରାଳ, ଅଭିଷେକ ଗିରି, ଉପସ୍ଥାପକ କେପି ପ୍ରମୁଖଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଉତ୍ସବର ସଫଳତା ପାଇଁ ପୁରୁଷୋତ୍ତମ ସାହୁଙ୍କୁ ସାଧାରଣ ସମ୍ପାଦକ ଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button