ରାଜ୍ୟ

ଭଦ୍ରକରେ ୧୦୫ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୨୪ ଘଣ୍ଟିଆ ବିଜୁଳି ସଂଯୋଗ ପାଇଁ ଜେନେରେଟର ବ୍ୟବସ୍ଥା

ଦ୍ରକ, ୨୨/୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଜିଲ୍ଲାର ୧୦୫ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରି ଏଠାରେ ଥଇଥାନ କରାଯିବ। ସେହିପରି ପଞ୍ଚାୟତ ଗୁଡ଼ିକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମୁଦ୍ରକୁ ଯାଇଥିବା ୯୧୧ଟି ମାଛଧରା ବୋଟ୍ ଗୁଡ଼ିକ ଫେରି ଆସିଛନ୍ତି। ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ ନେଇ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବନ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ସଫେଇ କରାଯାଇଛି । ପାଇଖାନା ସହ ପାନୀୟ ଜଳ ବ୍ୟବସ୍ଥା ହୋଇଛି । ଏହି ବନ୍ୟା ଆଶ୍ରୟ ସ୍ଥଳରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ଥଇଥାନ କରାଯାଇପାରିବ । ୨୪ ଘଣ୍ଟିଆ ବିଜୁଳି ସଂଯୋଗ ପାଇଁ ଜେନେରେଟରର ବ୍ୟବସ୍ଥା ମଧ୍ୟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button