ରାଜ୍ୟ

ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର

ଭଦ୍ରକ ୨୨/୧୦ : ଭଦ୍ରକ ଧାମରାଇ ମନ୍ଦିର ନିକଟ ବୈତରଣୀ ମୁହାଣରେ ଅଘଟଣ ।ମାଛଧରା ବେଳେ ବୁଡିଗଲା ବୋଟ୍ । ଯାହାଫଳରେ ବୋଟ୍ରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ୬ଜଣ ଏକ ବୋଟ୍ ଯୋଗେ ମାଛ ଧରିବାକୁ ନଦୀକୁ ଯାଇଥିଲେ । ଏହି ସମୟରେ ହଠାତ୍ ମଝି ନଦୀରେ ମାଛଧରା ବୋଟଟି ପାଣି ବୁଡିଯାଇଥିଲା ।

ଯାହାଫଳରେ ଡଙ୍ଗାରେ ଥିବା ୬ ଜଣ ବୁଡିଯାଇଥିଲେ । ତେବେ ବୋଟ୍ଟି ପାଣିରେ ବୁଡିବା ଦେଖି ତୁରନ୍ତ ସ୍ଥାନୀୟଲୋକ ଓ ଉଦ୍ଧାରକାରୀ ଦଳ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସୁରକ୍ଷିତ ଭାବେ ସମସ୍ତଙ୍କୁ କୂଳକୁ ଅଣାଯାଇଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button