ମନୋରଞ୍ଜନ

ଦୀପିକାଙ୍କୁ ଘର କାମ ଆସେ କି ନାହିଁ ପ୍ରଶ୍ନରେ ଏପରି ଉତ୍ତର ଦେଲେ ଶାହରୁଖ୍‌; ନାପସନ୍ଦ କଲେ ପ୍ରଶଂସକ – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ‌ା ଶାହରୁଖ ଖାନ ନିଜର ଚତୁର ଉତ୍ତର ପାଇଁ ବେଶ୍‌ ଜଣାଶୁଣା। ସେ ସୋସିଆଲ୍‌ ମିଡିଆରେ ପ୍ରଶଂସକମାନଙ୍କୁ ଉତ୍ତର ଦେବାକୁ କେବେ ବି ହେଳା କରନ୍ତି ନାହିଁ। ୨୦୧୩ ମସିହାରେ ରୋହିତ ସେଟ୍ଟୀଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର ପ୍ରମୋସନ ସମୟରେ କିଙ୍ଗ ଖାନ ଜଣେ ବ୍ୟକ୍ତିଙ୍କୁ ଦେଇଥିବା ଜବାବ ବେଶ୍‌ ଚର୍ଚ୍ଚା ପାଲଟିଥିଲା।

କମେଡି କିଙ୍ଗ୍‌ କପିଲ ଶର୍ମା ସୋ’ରେ ଦର୍ଶକଙ୍କ ପ୍ରଶ୍ନ ଏବଂ ଉତ୍ତର ରାଉଣ୍ଡରେ ଜଣେ ପ୍ରଶଂସକ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ‌ଆପଣ ଘରର ସମସ୍ତ କାର୍ଯ୍ୟ ଜାଣନ୍ତି କି ନାହିଁ? ବୋଲି ପ୍ରଶ୍ନ ପଚାରିଥିଲେ।

ଏହାର ଉତ୍ତରରେ ଅଭିନେତ୍ରୀ କହିଥିଲେ, ‘‘ମୋତେ ରୋଷେଇ, ବାସନ ଧୋଇବା, ଲୁଗା ସଫା କରିବା, ଛାଡୁ, ପୋଛା ସବୁ କାମ ଆସେ।’’ ଏହାର ଉତ୍ତରରେ ଶାହରୁଖ୍‌ ଏକ ମଜାଦାର ଅନ୍ଦାଜରେ କହିଥିଲେ, ‘‘ଆମେ ବି ସିନେମାରେ ତାଙ୍କୁ ଅଭିନୟ ପାଇଁ ନେଉନା। ସେ ଆସି ସେଟ୍‌କୁ ଟିକେ ସଫାସୁତୁରା ରଖିବେ ବୋଲି ନେଇଥାଉ।’’

ଏହି ପୋଷ୍ଟଟିକୁ ଏବେ ରେଡ୍ଡିଟ୍ ବ୍ୟବହାରକାରୀଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, “କେବଳ ମହିଳାମାନଙ୍କୁ ଏହି ପ୍ରଶ୍ନ କାହିଁକି ପଚରାଯାଏ। ଶାହରୁଖ୍‌ ଖାନ୍‌ ଓ ରଣବୀର ସିଂହଙ୍କୁ କାହିଁକି ଏପରି ପ୍ରଶ୍ନ ପଚାରନ୍ତି ନାହିଁ?’’

କିଛି ବ୍ୟବହାରକାରୀ ଶାହରୁଖଙ୍କ ମଜାଳିଆ ଉତ୍ତରକୁ ବି ନିନ୍ଦା କରିଛନ୍ତି। ଏପରି କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କେହି କେହି ଲେଖିଥିବା ବେଳେ ଏହା ଏକ ଖୁବ୍ ନିମ୍ନ ଧରଣର ଥଟା ଥିଲା ବୋଲି ମଧ୍ୟ କେହି କେହି ଲେଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button