ତୁମେ କିଭଳି ବ୍ୟବହାର କରୁଛ ତାହା ଦେଖ; ବ୍ରେକ୍ଅପ ଚର୍ଚ୍ଚା ବଢ଼ାଇଲା ମଲାଇକାଙ୍କ ଇନଷ୍ଟା ଷ୍ଟୋରୀ – Ibnodisha

[ad_1]

ମୁମ୍ବାଇ: ତୁମେ କିଭଳି ବ୍ୟବହାର କରୁଛ ତାହା ଦେଖ। ଏଭଳି ଇନଷ୍ଟା ଷ୍ଟୋରୀ ରଖି ପୁଣି ବ୍ରେକ୍ଅପ ଚର୍ଚ୍ଚା ବଢ଼ାଇଲା ମଲାଇକା। ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପ୍ରେମ ସଂପର୍କରେ ଫାଟ ପଡ଼ିଥିବା ଚର୍ଚ୍ଚା ହେଉଥିଲା। ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର୍, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର୍ କୁଶା କପିଲାଙ୍କୁ ଡେଟ୍ କରୁଛନ୍ତି। ହେଲେ ଏଭଳି ଚର୍ଚ୍ଚା ମଧ୍ୟରେ ଦୁହେଁ ଲଞ୍ଚ ଓ ଡିନର ଡେଟରେ ସାଙ୍ଗରେ ନଜର ଆସିବାରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଥିବା ଭାବିଥିଲେ ସେମାନଙ୍କ ପ୍ରଶଂସକ।
ହେଲେ ଏବେ ପୁଣି ଥରେ ମଲାଇକାଙ୍କ ଇନଷ୍ଟା ଷ୍ଟୋରୀ ଦୁହିଁଙ୍କ ବ୍ରେକଅପ ଚର୍ଚ୍ଚା ବଢ଼ାଇଛି। ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ଲେଖା ହୋଇଛି ଯେ, “ମହିଳାଙ୍କ ହାବଭାବ ତୁମ ବ୍ୟବହାର ଉପରେ ନିର୍ଭର କରେ। ଯଦି ସେ କିପରି ଅଭିନୟ କରୁଛନ୍ତି ତାହା ତୁମକୁ ପସନ୍ଦ ଆସୁନାହଁ, ତେବେ ତୁମେ ତାଙ୍କୁ କିପରି ବ୍ୟବହାର କରୁଛ ତାହା ଦେଖ।”
ମଲାଇକାଙ୍କ ଏଭଳି ପୋଷ୍ଟ ଏବେ ପୁଣି ଥରେ ଅଜୁର୍ନ-ମଲାଇକାଙ୍କ ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଛି ।
[ad_2]