ରାଜ୍ୟ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ହେଲା

ଭୁବନେଶ୍ୱର : ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପ୍ରିଲିମକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍‌ସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ୭ଦିନ ମଧ୍ୟରେ ନୂଆ ପରୀକ୍ଷା ତାରିଖ ଆସିବ ବୋଲି ଓପିଏସ୍‌ସି କହିଛି। ସୂଚନାନୁସାରେ, ଆସନ୍ତା ରବିବାର ଅର୍ଥାତ୍‌ ୨୭ ତାରିଖରେ ପ୍ରିଲିମ ପରୀକ୍ଷା ଥିଲା।

ହେଲେ ବାତ୍ୟାକୁ ନେଇ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀ ସୁରକ୍ଷା ନିମନ୍ତେ ୧୭୮ଟି ଟ୍ରେନ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୯୬ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିମଧ୍ୟରେ ଅପ୍‌ ଟ୍ରେନ ୯୪ ଏବଂ ଡାଉନ ଟ୍ରେନ ୧୦୩ଟି ବାତିଲ କରାଯାଇଛି।

ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ହାଓଡା ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର, ହାଓଡା-ଭୁବନେଶ୍ୱର, ହାଓଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡା, ପୁଡୁଚେରୀ-ଭୁବନେଶ୍ୱର, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟଣା-ଭୁବନେଶ୍ୱର, ବିଶାଖାପାଟଣା-ଦୀଘା ଆଦି ଟ୍ରେନ ବାତିଲ ହୋଇଛି। ଟ୍ରେନ ବାତିଲ ହେବା ପରେ କିପରି ଆସି ପରୀକ୍ଷା ଦେବେ ସେନେଇ ପରୀକ୍ଷାର୍ଥୀ ଓପିଏସ୍‌ସି ନିକଟରେ ଟୁଇଟ୍‌ ଯୋଗେ ଜଣାଇଥିଲେ। ଯାହା ପରେ ଓପିଏସ୍‌ସି ଏହି ନିଷ୍ପତ୍ତି ନେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button