ଶୋଇବା ସମୟରେ ଜମାବି କରନ୍ତୁ ନହିଁ ଏହି ୪ଟି ଭୁଲ, ନହେଲେ ଜୀବନ ସାରା ପସ୍ତେଇବେ

ବନ୍ଧୁଗଣ ନିଦ ଆମ ଜୀବନର ସବୁଠୁ ଭଲ ଅଭ୍ୟାସ ଅଟେ ଯାହାବିନା ଆମେ ବଞ୍ଚି ପାରିବା ନାହିଁ । ନିଦ ଆମ ଶରୀରକୁ ରିକଭର କାରିଥାଏ ଓ ଚାର୍ଜ କରିଥାଏ ଓ ଆମର ଥକାପଣକୁବି ଦୂର କରିଥାଏ । ସେଥିପାଇଁ ନୀଦର ବହୁତ ଆବଶ୍ୟକ । ଆପଣଙ୍କୁ କହିବାକୁ ଚାହୁଞ୍ଚୁ ନିଦ ଯେତିକି ଆରାମ ଦିଏ ସେତିକି କ୍ଷତି ମଧ୍ୟ କରିଥାଏ । ଯଦି ଆପଣ ଭଲ ନିଦରେ ବା ଆରାମରେ ସୋଉଛନ୍ତି ଆପଣଙ୍କୁ ବହୁତ ଫାଇଦା ହୋଇପାରେ । ଯଦି ଆପଣ ଅଧା ଓ ଭୁଲ ତରିକାରେ ସୋଉଛନ୍ତି ତ ଇଏ ଆପଣଙ୍କୁ କ୍ଷତିବି ପହଞ୍ଚାଇ ପାରେ ।
ଏହାର ଗୋଟେ ଉଦାହରଣ ଦେଉଛୁ ଯଦି କେବେ ଆପଣ ଶୋଇକି ଉଠୁଛନ୍ତି ଆପଣଙ୍କର ମୁଣ୍ଡ ବିନ୍ଧା ଓ ଦେହ ଦରଜ ଲାଗୁଛି, କେବେ କେବେ ଶୋଇବା ପରେ ମଧ୍ୟ ଥକା ଅନୁଭବ କରୁଛନ୍ତି । ଏହା ସବୁ ଏଥିପାଇଁ ହେଉଛି କି ଆପଣ ଭୁଲ ତରିକାରେ ସୋଉଛନ୍ତି । ଭୁଲ ଢଙ୍ଗରେ ସୋଇଲେ ପୁରା ଦିନ ଖରାପ ହୋଇଯାଏ । ଠିକ ଢଙ୍ଗରେ ଶୋଇଲେ ପୁରା ଦିନର ଥକାପଣ ଦୂର କରିଥାଏ । କେବେ କେବେ ଅଜାଣତରେ ଆମେ ଭୁଲ ଢଙ୍ଗରେ ସୋଇଥାଉ ଓ ତାପରେ ଅସୁସ୍ଥ ହୋଇପଡୁ ।

ଆମକୁ ଅତିକମରେ ୬ ରୁ ୮ ଘଣ୍ଟା ଶୋଇବାା ଉଚିତ କେବଳ ରାତିରେ । ରାତି ନିଦରୁ ଆମକୁ ବହୁତ ଲାଭ ମିଳିଥାଏ । ଯେତେ ଶୀଘ୍ର ସୋଇ ସେତେ ଶୀଘ୍ର ଉଠିଲେ ଆପଣଙ୍କୁ ବହୁତ ଫାଇଦା ହେବ । ମାନେ ରାତିରେ ଡେରିରେ ସୋଇଲେ କିଛି ଲାଭ ହେବନି, ଓଲଟା କ୍ଷତି ହିଁ ହୋଇଥାଏ । ୧୦ଟା କି ୧୧ ଟା ଭିତରେ ସୋଇ ଜଲ୍ଦି ଉଠନ୍ତୁ । ଏଥିରେ ଆପଣ ଦିନଭରି ତାଜା ଓ ବହୁତ ଭଲ ଅନୁଭବ କରିବେ । ଶୋଇବା ପୂର୍ବରୁ ହାଲକା କପଡା ପିନ୍ଧି ସୁଅନ୍ତୁ । ଏବେ ଶୋଇବାର କିଛି ଭୁଲ ଢଙ୍ଗ ବିଷୟରେ ଆଲୋଚନା କରିବା ।
ପେଟମାଡି ଶୋଇବା :-
ବହୁତ ଲୋକଙ୍କୁ ପେଟ ମାଡି ଶୋଇବା ବହୁତ ଭଲ ଲାଗେ । କିନ୍ତୁ କହିବାକୁ ଯାଉଛୁ ଏମିତି ଶୋଇବା ଦ୍ଵାରା ହୃଦୟ ଓ ଲିଭର ଦବି ଯାଏ । ଯେମିତିକି ସେ ଭଲରେ କାମ କରିପାରେ ନାହିଁ ଓ ରକ୍ତ ସଂଚାଳନ ଠିକସେ ହୁଏନାହିଁ ଓ ଭୋଜନ ବି ଠିକ ସେ ହଜମ ହୁଏ ନାହିଁ । ଯାହାପାଇଁ ଆପଣ ଅସୁସ୍ଥ ଅନୁଭବ କରନ୍ତି ।

ଡାହାଣପଟ ମାଡି ଶୋଇବା :-
ଡାହାଣ ପଟ ମାଡି ଶୋଇବା ବି ବହୁତ ଖରାପ ଢଙ୍ଗ ଅଟେ । କାରଣ ଯେତେବେଳେ ଆମେ ରାତିରେ ଖାଇକି ସୋଇପଡୁ ସେତେବେଳେ ଆମ ପାଚନ ତନ୍ତ୍ର ଖାଦ୍ୟକୁ ହଜମ କରିବାର କ୍ରିୟାକୁ ଜାରି ରଖିଥାଏ । ଆପଣ ଜାଣିଥିବେ ଆମର ପାଚନ ତନ୍ତ୍ର ପେଟର ବାଁ ପାଖରେ ଥାଏ ନାଁ କି ଡାହାଣ ପାଖରେ , ଯେବେ ଆପଣ ଡାହାଣ ପାଟ ମାଡି ସୋଇଥାନ୍ତି ତସବୁ ଖାଦ୍ୟ ଡାହାଣ ପାଖକୁ ଓହଳି ପଡେ ଯାହାଦ୍ୱାରା ଖାଦ୍ୟ ଭଲରେ ହଜମ ହୋଇପାରେ ନାହିଁ । ସେଥିପାଇଁ ସବୁବେଳେ ବାଁ ପାଟରେ ଶୋଇବା ଆବଶ୍ୟକ । ଯାହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ ଓ ଆପଣ ହାଲୁକା ଅନୁଭବ କରିବେ ।
