IBN ଓଡ଼ିଶା ବ୍ୟୁରୋ

ଯମୁନାରେ ଗାଧୋଇ ଦିଲ୍ଲୀ ବିଜେପି ମୁଖ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଯମୁନା ନଦୀର ପ୍ରଦୂଷିତ ଜଳରେ ଗାଧୋଇବା ପରେ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ଚର୍ମରେ ଜଳାପୋଡ଼ା ହୋଇଥିବା ସୂଚନା ଦେଇଛନ୍ତି। ଦଳର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କୁହାଯାଇଛି ଯେ ଚର୍ମରେ ନାଲି ନାଲି ଫଳିଯିବାରୁ ବିଜେପି ନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହାପରେ ୨୦୨୫ ସୁଦ୍ଧା ଯମୁନା ସଫା କରିବାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ସମାଲୋଚନା କରିଛି। ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି ଯେ, ଯମୁନା-ସ୍ନାନ ପରେ ବୀରେନ୍ଦ୍ର ସଚଦେବାଙ୍କ ଚର୍ମରେ ଦାଗ ହେବା ସହ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଆର୍ଏମ୍ଏଲ୍ ହସ୍ପିଟାଲର ଡାକ୍ତରମାନେ ତାଙ୍କୁ ତିନି ଦିନ ପାଇଁ ଔଷଧ ଦେଇଥିଲେ। ବୀରେନ୍ଦ୍ର ସଚଦେବାଙ୍କ ଦାବି ପରେ ଆପ୍ର ବରିଷ୍ଠ ନେତା ତଥା ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ବିଜେପି ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ସ୍ତର ପ୍ରସଙ୍ଗରେ ନାଟକବାଜି କରୁଛି।

ଦିଲ୍ଲୀ ସରକାରଙ୍କ ଦୁର୍ନୀତିକୁ ବିରୋଧ କରି ସଚଦେବା ଗୁରୁବାର ଆଇଟିଓ ନିକଟସ୍ଥ ଏକ ଘାଟରେ ଯମୁନାରେ ଗାଧୋଇଥିଲେ ଏବଂ କହିଥିଲେ ଯେ ଆପ୍ ସରକାର ନଦୀ ସଫେଇ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ତୋଷରପାତ ବା ଭିନ୍ନ ବାଟରେ ଖର୍ଚ୍ଚ କରିଛନ୍ତି। ନଦୀ କୂଳ ପରିଦର୍ଶନ କରିବା ସମୟରେ ସଚଦେବା ଆପ୍ ନେତା, ମୁଖ୍ୟମନ୍ତ୍ରୀ ଆତିଶୀ ଓ ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ନଦୀର ସ୍ଥିତି ଅନୁଧ୍ୟାନ କରିବାକୁ ଚ୍ୟାଲେଞ୍ଜ କରିଥିଲେ। ସଚଦେବା କହିଛନ୍ତି, ଯମୁନାକୁ ସଫା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ୮୫୦୦ କୋଟି ଟଙ୍କାର ହିସାବ ସେମାନେ ଦେବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button