IBN ଓଡ଼ିଶା ବ୍ୟୁରୋ

ତିହାର ଜେଲ୍ ୱାର୍ଡେନ ଚଳାଇଥିଲେ ମେଥ୍ ଲ୍ୟାବ୍, ୯୫ କେଜିର ଡ୍ରଗ୍ସ ଜବତ

ଦିଲ୍ଲୀରେ ଚାଲିଥିବା ବଡ଼ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ, ଯେଉଁଠାରୁ ୯୫ କେଜିର ଡ୍ରଗ୍ସ ଜବତ ହୋଇଛି। ଏହି ଡ୍ରଗ୍ସ ଲ୍ୟାବ ଆଉ କେହି ନୁହେଁ, ତିହାର ଜେଲର ୱାର୍ଡେନ ଚଳାଉଥିଲେ।

ପ୍ରାଥମିକ ରିପୋର୍ଟ ଅନୁସାରେ, ତିହାର ଜେଲର ୱାର୍ଡେନ ନୋଏଡାର ଗୌତମ ବୁଦ୍ଧ ନଗରରେ ଏକ ମେଥ୍ ଲ୍ୟାବ୍ ଚଳାଇଥିଲେ। ଅର୍ଥାତ୍ ମେଥାମଫେଟାମିନ ଡ୍ରଗ୍ ଲ୍ୟାବ୍।

ଏହି ଲ୍ୟାବକୁ ସେ ମୁମ୍ବାଇର ଜଣେ କେମିଷ୍ଟଙ୍କ ସହଯୋଗରେ ପରିଚାଳିତ କରୁଥିଲେ।

ସେମାନଙ୍କ ସହ ଦିଲ୍ଲୀର ଜଣେ ବ୍ୟବସାୟୀ ମଧ୍ୟ ସାମିଲ ଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅକ୍ଟୋବର ୨୫ରେ ଏହି ଲ୍ୟାବ୍ ଉପରେ ଚଢାଉ କରି ୯୫ କେଜିର ମେଥାମଫେଟାମିନ ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀର ଜଣେ ବ୍ୟବସାୟୀ ମଧ୍ୟ ଅଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ପୂର୍ବରୁ ଆୟକର ବିଭାଗ ନିଶା କାରବାର ମାମଲାରେ ଅଟକ ରଖି ପଚରା ଉଚରା କରିଥିଲା। ସେ ଏହି ଡ୍ରଗ୍ ଲ୍ୟାବ୍ ପରିଚାଳନା ମାମଲାରେ ତିହାର ଜେଲ୍ ୱାର୍ଡେନଙ୍କ ସମ୍ପୃକ୍ତି ଥିବା କହିଥିଲେ।ସେ ଆହୁରି କହିଥିଲେ ଯେ, ୱାର୍ଡେନ ତାଙ୍କୁ ଡ୍ରଗ୍ ଉତ୍ପାଦନ ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ଏବଂ ଯନ୍ତ୍ରପାତି କିଣିବାରେ ସାହାଯ୍ୟ କରିଥିଲେ।

ସେହିପରି ମାମଲାରେ ଜଣେ ଅଭିଯୁକ୍ତ ମୁମ୍ବାଇ ସ୍ଥିତ ଜଣେ କେମିଷ୍ଟଙ୍କ ସମ୍ପୃକ୍ତି ଥିବା ବି କହିଥିଲେ। ଅକ୍ଟୋବର ୨୭ରେ ସମସ୍ତ ଚାରିଜଣ ସନ୍ଦିଗ୍ଧଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ନେଇଛି ପୁଲିସ। ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଏହି ଅପରେସନ ଏନସିବି ଏବଂ ଦିଲ୍ଲୀ ପୁଲିସ ମିଳିତ ଭାବେ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button