ସେତେବେଳେ ମୁଁ ବହୁତ ବ୍ୟସ୍ତ ଅଭିନେତ୍ରୀ ଥିଲି, ଶାହରୁଖ-ସଲମାନଙ୍କୁ ବି ଫିଲ୍ମ ପାଇଁ ନାଁ କହିଛି: ଅମିଷା – Ibnodisha

[ad_1]

ମୁମ୍ବାଇ: ରିଲିଜ୍ ପରଠାରୁ ବକ୍ସ ଅଫିସରେ କମାଲ କରୁଛି ଫିଲ୍ମ ଗଦର-୨। ଏହି ଫିଲ୍ମରେ ଅନେକ ବର୍ଷ ପରେ ସନ୍ନି ଓ ଅମିଷାଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇଛନ୍ତି। ଦୁହିଁଙ୍କୁ ଫିଲ୍ମରେ ଲୋକେ ପସନ୍ଦ କରୁଥିବା ବେଳେ ଏକ ସାକ୍ଷତକାରରେ ଅମିଷା ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି। କିଛି ବର୍ଷ ତଳେ ସେ କିଭଳି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଥିଲେ ଏବଂ ସବୁ ନିର୍ମାତା ତାଙ୍କୁ ହିଁ ଫିଲ୍ମ ଅଫର କରୁଥିଲେ ବୋଲି ସେ କହିଛନ୍ତି।
ଇ-ଟାଇମ୍ସକୁ ସାକ୍ଷାତକାର ଦେଇ ଅମିଷା କହିଛନ୍ତି, “ସେତେବେଳେ ମୋତେ ବହୁତଗୁଡ଼ିଏ ଚଳଚ୍ଚିତ୍ର ଅଫର କରାଯାଇଥିଲା ଯାହାକୁ ମୁଁ କରି ପାରି ନଥିଲି। ତାରିଖ ସମସ୍ୟା ହେତୁ ମୁଁ ଫିଲ୍ମ କରିବାକୁ ମନା କରିଥିଲି। ତେଣୁ ମୁଁ ଏହାକୁ ନେଇ ଦୁଃଖିତ ନୁହେଁ। ମୋତେ ଶାହରୁଖ ଖାନଙ୍କ ସହ ଚଲତେ ଚଲତେ, ସଲମାନ ଖାନଙ୍କ ସହ ତେରେ ନାମ୍ ଓ ସଞ୍ଜୟ ଦତ୍ତଙ୍କ ସହ ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ ଅଫର କରାଯାଇଥିଲା। ହେଲେ ମୁଁ ପୂର୍ବରୁ ଅନେକ ଫିଲ୍ମ ସାଇନ କରିଥିବାରୁ ମୋ ପାଖରେ ସମୟ ନଥିଲା। ସେଥିପାଇଁ ଇଚ୍ଛା ଥାଇ ବି ମୁଁ ଏସବୁ ଫିଲ୍ମ କରିପାରିନଥିଲି।
ତେବେ ଅମିଷାଙ୍କ ଅଭିନୀତ ଫିଲ୍ମ ଗଦର-୨ ଏବେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି। ଦ୍ୱିତୀୟ ଶନିବାର ‘ଗଦର ୨’ ଯେତିକି ସଂଗ୍ରହ କରିଛି, ତାହା ଅନେକ ବଡ଼ ବଡ଼ ହିନ୍ଦୀ ଚଳଚ୍ଚିତ୍ର କରିପାରି ନଥିଲେ। ବଲିଉଡର ୨୦୨୩ର ସବୁଠୁ ବଡ ଚଳଚ୍ଚିତ୍ର ‘ପଠାନ’ ଦ୍ୱିତୀୟ ଶନିବାରରେ ୨୨.୫ କୋଟି ସଂଗ୍ରହ କରିଥିଲା। ଏହ ସହ ଦ୍ୱିତୀୟ ଶନିବାର ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ ଦି କଶ୍ମୀର ଫାଇଲ୍ସ ୨୪.୮ କୋଟି ଟଙ୍କା ରୋଜଗାର କରିଥିଲା। ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ବକ୍ସ ଅଫିସ କିଙ୍ଗ୍ ପାଲଟିଥିବା ପ୍ରଭାସଙ୍କ ଫିଲ୍ମ ‘ବାହୁବଲୀ ୨’ର ଦ୍ୱିତୀୟ ଶନିବାରର ରୋଜଗାର ୨୬କୋଟିରୁ ଅଧିକ ଥିଲା। ହେଲେ ଏବେ ଏସବୁ ଫିଲ୍ମର ରେକର୍ଡ ଭାଙ୍ଗି ଦ୍ବିତୀୟ ଶନିବାର ୩୨-୩୩କୋଟି ଟଙ୍କା ରୋଜଗାର କରିଛି ଗଦର-୨। ଫିଲ୍ମଟି କେବଳ ଭାରତରେ ୩୩୫କୋଟି ଟଙ୍କା ଆୟ କରିସାରିଲାଣି।
[ad_2]