IBN ଓଡ଼ିଶା ବ୍ୟୁରୋ

ସଂକଟରେ ଜୈବ ବିବିଧତା!, ଲୋପ ପାଇବାକୁ ବସିଲେଣି ୧୦ ଲକ୍ଷ ପ୍ରଜାତି

ବିଶେଷଜ୍ଞଙ୍କ ଆକଳନ ସ୍ପଷ୍ଟ ହୋଇଛି, ପୃଥିବୀର ସ୍ଥଳ ଓ ଜଳ ଭାଗରେ ଥିବା ସମସ୍ତ ଜୀବଜନ୍ତୁଙ୍କ ପାଇଁ ମଣିଷ ହେଉଛି ମୁଖ୍ୟ ବିପଦ। ମଣିଷ ମଧ୍ୟ ନିଜ ପାଇଁ ଏକ ବିପଦ। କାରଣ ମାନବର ଆବଶ୍ୟକତା ପାଇଁ ଆଧୁନିକ ଉପକରଣର ବ୍ୟବହାର ଜୀବ, ଜନ୍ତୁ, ଉଦ୍ଧିଦ, ପ୍ରାଣୀ ସମସ୍ତଙ୍କୁ ବିପଦରେ ପକାଉଛି। ଏହି କାରଣରୁ ପୃଥିବୀରୁ ପ୍ରାୟ ୧୦ ଲକ୍ଷ ପ୍ରଜାତି ବିଲୁପ୍ତ ହେବାକୁ ଯାଉଛି।

 

କଲମ୍ବିଆର କାଲିରେ ଅନୁଷ୍ଠିତ COP୧୬ ଜୈବ ବିବିଧତା ସମ୍ମିଳନୀରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ସମ୍ମିଳନୀ ୨୦୩୦ ସୁଦ୍ଧା ପ୍ରକୃତିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ସଚେତନତାମୂଳକ କାର୍ଯ୍ୟକ୍ର ଆରମ୍ଭ କରିଛି। ତେବେ ମାନବର ଆବଶ୍ୟକତା କିପରି ପ୍ରକୃତି ଉପରେ କୁପ୍ରଭାବ ପକାଇଚାଲିଛି, ଜାଣନ୍ତୁ…

୨ରୁ ୩ଟି ମହାସାଗର ଦୂଷିତ ହୋଇଗଲାଣି
ଆନ୍ତଃ ସରକାରୀ ବିଜ୍ଞାନ ଏବଂ ଜୈବ ବିବିଧତା ଉପରେ ନୀତି ନିର୍ଦ୍ଧାରଣ କରୁଥିବା ସଂସ୍ଥା IPBES ଅନୁଯାୟୀ, ପୃଥିବୀର ତିନି ଚତୁର୍ଥାଂଶ ମୃତ୍ତିକାରେ ବହୁ ପରିବର୍ତ୍ତନ ହୋଇସାରିଛି। ଏଥିସହ ଦୁଇ ତୃତୀୟାଂଶ ମହାସାଗର ମାନବଜାତିର ଅତ୍ୟାଧୁନିକ ବ୍ୟବହାର କାରଣରୁ ନଷ୍ଟ ହୋଇଗଲାଣି।

ବିଶ୍ୱସ୍ତରରେ ୧୯୭୦ରୁ ୨୦୧୫ ମଧ୍ୟରେ ଆଭ୍ୟନ୍ତରୀଣ ଆର୍ଦ୍ରଭୂମିଗୁଡ଼ିକର ଏକ ତୃତୀୟାଂଶରୁ ଅଧିକ ହ୍ରାସ ପାଇଛି। ସେହିପରି ଜଙ୍ଗଲ ନଷ୍ଟ ହେବାର ହାର ମଧ୍ୟ ତିନି ଗୁଣା ବଢିଯାଇଛି। ମୃତ୍ତିକା କ୍ଷୟ କାରଣରୁ ୩.୨ ବିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି।

IPBES ରିପୋର୍ଟ ଅନୁସାରେ, ଏହି କାରଣରୁ ମାନବକୁ ଖାଦ୍ୟ ଯୋଗାଉଥିବା ପ୍ରାୟ ତିନି ଚତୁର୍ଥାଂଶ ଫସଲ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେବାକୁ ଯାଉଛି। ଏହାର ପ୍ରଭାବ ସିଧାସଳଖ ବିଶ୍ୱର ୮୫୦ କୋଟି ଲୋକଙ୍କ ଉପରେ ପଡ଼ିବ।

ମିଳିତ ଜାତିସଂଘ କହିଛି ଯେ, ଜୈବ ବିବିଧତା ସଙ୍କଟର ପାଞ୍ଚଟି କାରଣ ରହିଛି। ଏହି ପାଞ୍ଚ କାରଣ ମାନବକୃତ। ସେଗୁଡ଼ିକ ହେଉଛି, କୃଷି ତଥା ମାନବର ଭିତ୍ତିଭୂମି ପାଇଁ ଜଙ୍ଗଲକ୍ଷୟ, ଜଳ ପରି ସମ୍ବଳର ଅତ୍ୟଧିକ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ଆକ୍ରମଣକାରୀ ପ୍ରଜାତିର ବିସ୍ତାର। ଏହି ସବୁ କାରଣର ପୃଥିବୀରେ ବାସ କରୁଥିବା ଉଦ୍ଧିଦ ଓ ପ୍ରାଣୀଙ୍କ ପାଇଁ କ୍ଷତିକାରକ ହେଉଛି।

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ୨୦୫୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତା ନଷ୍ଟର ମୁଖ୍ୟ କାରଣ ହେବ। ତେଣୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ଅଙ୍ଗାରକାମ୍ଳ ନିର୍ଗମନକୁ ଯଥା ସମ୍ଭବ ରୋକିବାର ଆବଶ୍ୟକତା ରହିଛି। ନଚେତ୍ ପୃଥିବୀରୁ ବିଭିନ୍ନ ପ୍ରକାର ପ୍ରଜାତି ଲୋପ ପାଇଯିବା ମଧ୍ୟ ମାନବ ପାଇଁ ଅଭିଶାପ ପାଲଟିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button