IBN ଓଡ଼ିଶା ବ୍ୟୁରୋ

ପାଟନାରେ ଟନେଲ ନିର୍ମାଣ ବେଳେ ଦୁର୍ଘଟଣା ମାମଲା; ୨ ଓଡ଼ିଆ ଶ୍ରମିକ ମୃତ

ବିହାରର ରାଜଧାନୀ ପାଟନାରେ ଗତକାଲି ମେଟ୍ରୋ ଟନେଲ ନିର୍ମାଣ କାମ ଚାଲିଥିବା ବେଳେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ଜୀବନ ଚାଲି ଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇ ଶ୍ରମିକ ଓଡ଼ିଆ ବୋଲି ଜଣାଯାଇଛି। ସେହିପରି ଏହି ଦୁର୍ଘଟଣାରେ ଆଉ ୮ ଆହତଙ୍କ ମଧ୍ୟରୁ ୬ ଜଣ ଓଡ଼ିଆ ଶ୍ରମିକ ବୋଲି ଜଣାଯାଇଛି।

ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ।

ଏହି ଘଟଣାକୁ ମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ସୁବିଧା ଦିଆଯିବ ବୋଲି କହିଛନ୍ତି। ଏନେଇ ବିହାର ସରକାରଙ୍କ ସହ ଆଲୋଚନା ବି କରିବେ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ।

ଗତ ରାତିରେ ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍ଜିଟ୍ ପଏଣ୍ଟ ନିକଟ ମେଟ୍ରୋ ଟନେଲରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିବା ବେଳେ ଏକ ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍ ହୋଇଯାଇଥିଲା।

ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ମେସିନ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button