ସ୍ଵାମୀଙ୍କ ଉପରେ ସନ୍ଦେହ ହେଲେ କଣ କରିବେ ? ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ
ବନ୍ଧୁଗଣ, ସମ୍ପର୍କର ମୂଳଦୁଆ ହେଉଅଛି ବିଶ୍ଵାସ । ଯେଉଁଠାରେ ବିଶ୍ଵାସ ନଥିବ ସେଠାରେ ସାଧାରଣତ ସମ୍ପର୍କ କେବେ ମଧ୍ୟ ତିଷ୍ଠି ରହିବ ନାହିଁ । ସନ୍ଦେହ କରିବାର ଅର୍ଥ ହେଉଅଛି ବିଶ୍ଵାସ କୁ ଭାଙ୍ଗିବା । ପତିପତ୍ନୀ ଙ୍କ ମଧ୍ୟରେ ସ-ନ୍ଦେ-ହ ଙ୍କର ଜାଗା ରହିବା ଉଚିତ ନୁହେଁ । ସ୍ଵାମୀ ସ୍ତ୍ରୀ ଙ୍କ ମନରେ ଗୋଟିଏ ଜାଗା ରହିଥାଏ, ଯଦି ରହିବ ବିଶ୍ଵାସ ରହିବ ନଚେତ ସନ୍ଦେହ ରହିବ । ସମ୍ପର୍କ କୁ ଗଢିବାକୁ ବହୁତ ସମୟ ଲାଗିଥାଏ ।
ବିବାହ ପରେ ମହିଳା ମାନେ ନିଜ ମନରେ ଏହି ଧାରଣା ନେଇ ଶାଶୁ ଘରକୁ ଜାଆନ୍ତୁ ଯେ ଆପଣ ସମ୍ପର୍କକୁ ସଜାଡିବାକୁ ଯାଉଛନ୍ତି ଭା-ଙ୍ଗି-ବାକୁ ଯାଉ ନାହାନ୍ତି । ଯଦି ଦରକାର ପଡେ ଆପଣ ଟିକିଏ ମୁଣ୍ଡ ନୂଆଁଇ ଦିଅନ୍ତୁ । ଯଦି ଆପଣଙ୍କର କିଛି ଭୁଲ ରହିଅଛି ତେବେ ଆପଣ ନିଜ ଭୁଲ ସ୍ଵୀକାର କରି ଭୁଲ ମାନିଯାଆନ୍ତୁ ଅଥବା ଭୁଲ ମାଗି ନିଅନ୍ତୁ । ଯଦି ଆପଣଙ୍କ ପଚାରିବା ସତ୍ବେ ଆପଣଙ୍କ ସ୍ଵାମୀ କହୁଛନ୍ତି ଯେ ହଁ ମୋର ଭୁଲ ହୋଇଯାଇଅଛି, ସମ୍ପର୍କ ଭୁଲ ବଶତ କାହା ସହିତ ରହିଯାଇଥିଲା ତେବେ ଏହି ଭୁଲ କୁ କ୍ଷମା କରିଦେବା ହିଁ ଉଚିତ ହେବ ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ବାରମ୍ବାର ଏଭଳି ଭୁଲ କରୁଥିବେ, ଆପଣ ବାରମ୍ବାର ଏଭଳି କ୍ଷମା ମାଗୁଥିବେ । ଏଭଳି କରିଲେ ସେ ଜାଣି ଜାଣି ଏଭଳି ଭୁଲ କରିବେ ଏବଂ କ୍ଷମା ମାଗିନେବେ । ଆପଣ ଥରେ ତାଙ୍କୁ କ୍ଷମା ଦେଇ ପରୀକ୍ଷା କରନ୍ତୁ ଯେ ଏ ଲୋକ ବଦଳୁ ଅଛି କି ନାହିଁ । ଆପଣ ପ୍ରଥମ ଥର କ୍ଷମା କରି ଦିଅନ୍ତୁ କିନ୍ତୁ ସବୁବେଳେ ଏହିଭଳି କ୍ଷମା କରିବା ଅନୁଚିତ ।
ଯଦି ଆପଣଙ୍କ ସ୍ଵାମୀ କୁହନ୍ତି ଯେ ମୋର କାହା ସହିତ ସମ୍ପର୍କ ନାହିଁ ମୁଁ ଏହିଭଳି କେବଳ ମୋ ସାଙ୍ଗ ସହିତ କଥା ହେଉଥିଲି । ତେବେ ଆପଣ ଥରେ ବିଶ୍ଵାସ କରି ଦେଖନ୍ତୁ । କାରଣ ଯଦି ସେ ମିଛ କହୁଛନ୍ତି ତେବେ ନିଶ୍ଚିତ ଦିନେ ନା ଦିନେ ତାହା ଧରା ପଡିବ । ଯଦି ଆପଣଙ୍କ ସ୍ଵାମୀ ଘରକୁ ଅଫିସ କାମରେ ବ୍ୟସ୍ତ ହୋଇ ଡେରି ରେ ଆସୁଛନ୍ତି ଏବଂ ଆପଣଙ୍କର ସ-ନ୍ଦେ-ହ ହେଉଅଛି ତେବେ ଆପଣ ସେହି ସମୟରେ କିଛି ପଚାରନ୍ତୁ ନାହିଁ ।
କାରଣ ସେ ସମୟରେ ପଚାରିଲେ ସେ ଉତ୍ତର ଦେଲା ସମୟରେ ଚିଡ ଚିଡ ମଧ୍ୟ ହୋଇ ପାରନ୍ତି । ଆପଣ ଏହି କଥା କୁ ଯେତେବେଳେ ଆପଣଙ୍କ ସ୍ଵାମୀ ଙ୍କ ମୁଡ ଭଲ ଥିବା ସେତେବେଳେ ପଚାରି ବୁଝନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।