ରାଜ୍ୟ

ଦାରିଙ୍ଗବାଡି ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ଆମ୍ବଟାକୁଆରୁ ହୋଇଛି ହେପାଟାଇସ୍

ଫୁଲବାଣୀ: ଦାରିଙ୍ଗବାଡି ଘଟଣାରେ ଏମକେସିଜି ବ୍ରହ୍ମପୁରରେ ଚିକିତ୍ସା ପାଉଥିବା ରୋଗୀଙ୍କ ଭିତରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ସେ ଅଞ୍ଚଳରେ ଅନ୍ୟ କୌଣସି ଏପରି ଆଉ ମାମଲା ଆସିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

 

ସେହିପରି ପୋଷ୍ଟ ମର୍ଟମ କି ଅନ୍ୟ ଖାଦ୍ୟ ରିପୋର୍ଟ ଆସିନି। ହେଲେ ଯାହା କ୍ଲିନିକାଲି ରିପୋର୍ଟରୁ ଜାଣିବାକୁ ମିଳିଛି, ଏସସିବିରେ ଚିକିତ୍ସା ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି। ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ। ଏଥିରେ ଲିଭର ସମସ୍ୟା ଏବଂ କିଡନୀ ସମସ୍ୟା ହେବାରୁ, ପ୍ରଥମେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଖାଇଛନ୍ତି, ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି।

ଆମ୍ବ ଟାକୁଆ ଜାଉ ଯେଉଁ ପ୍ରଥମ ଦିନ ଖାଇଲେ, ସେଥିରେ କିଛି ହେଲାନି। ହେଲେ ଦୁଇ ଦିନ ରଖିକି ଯେଉଁ ଯାଉ ରୋଷେଇ ଖାଇଲେ, ତାହା ଫଙ୍ଗଲ ଗ୍ରୋଥ୍ ହୋଇଗଲା। ଯାହା ଟୋକ୍ସିନ ବା ବିଷାକ୍ତ ହେଲା। ଏହି କାରଣରୁ ଏସସିବିରେ ଥିବା ରୋଗୀ ଗୁରୁତର ଅଛନ୍ତି। କାରଣ ଲିଭର ଓ ଏକାଧିକ ଅଙ୍ଗ ନଷ୍ଟ ହୋଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button